ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ପଂଚାୟତ ର ବେଲମଳା ଗ୍ରାମ ର ଜଣେ ନାବାଳିକା ଭିନ୍ନକ୍ଷମ ଛାତ୍ରୀ କୁ ଧର୍ଷଣ କରିବା ଅଭିଯୋଗ ରେ ଧାମନଗର ପୋଲିସ ଜଣକୁ ଗିରଫ କରିଥିବା ବେଳେ ଦୁଇ ସପ୍ତାହ ପୁରିବାକୁ ବସିଥିବାବେଳେ ଫେରାରଥିବା ଅନ୍ୟ ଜଣେ ଅଭିଯୁକ୍ତ କୁ ପୋଲିସ ଗିରଫ କରିପାରି ନାହିଁ। ସୂଚନା ଥାଉକି ଉକ୍ତ ଗ୍ରାମର ମାଗୁଣି ଦେହୁରୀ ଙ୍କ ପୁଅ ବାପି ଦେହୁରୀ ଓ ତାଙ୍କ ର ଜଣେ ସାଙ୍ଗ ମିଶି ଚଳିତ ମାସ ୩ ତାରିଖ ଗୁରୁବାର ସନ୍ଧ୍ୟା ରେ ଉକ୍ତ ନାବାଳିକା ଦାଣ୍ଡ ରେ ବୁଲୁଥିବା ବେଳେ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିକଟସ୍ତ ଏକ ନିଛାଟିଆ ବିଲ ରେ ଉଭୟ ଧର୍ଷଣ କରିଥିଲେ।ନାବାଳିକା ଜଣଙ୍କ ଭିନ୍ନକ୍ଷମ ସହ ହାଉଡ଼ି ଥିବାରୁ ଏତେ କଥାକୁ ବୁଝି ନପାରି ଘରେ ଆସି ପରିବାର ଲୋକ କୁ କହିବାପରେ ପରିବାର ଲୋକ ଅଭିଯୁକ୍ତ ର ବାପାଙ୍କୁ କହିଥିଲା। ଏ ବିଷୟ ରେ ଗ୍ରାମ ରେ ବୁଝାବୁଝି କରିଦେବାକୁ ଗୋଟେ ଦିନ ସମୟ ନେଇ ଆଉ ପରିବାର ଲୋକ ଧରା ଦେଇନଥିଲେ । ବାଧ୍ୟ ହୋଇ ଗୋଟେ ଦିନପରେ ଶନିବାର ନାବାଳିକା ର ବାପା ଧାମନଗର ଥାନା ରେ ଅଭିଯୋଗ କରିବାପରେ ପୋଲିସ କେଶ ନମ୍ବର ୧୩୧/୨୫ ରେ ଏକ ମାମଲା ରୁଜୁ କରିବା ସହ ମୂଖ୍ୟ ଅଭିଯୁକ୍ତ ବାପି କୁ ଗିରଫ କରିଥିଲେ। ତେବେ ଘଟଣା ଘଟିବାର ୧୨ ଦିନ ହୋଇଗଲା ଅନ୍ୟ ଜଣେ ଅଭିଯୁକ୍ତ କୁ ପୋଲିସ ଧରିବାରେ ସକ୍ଷମ ହୋଇ ପାରିନାହିଁ। ତେବେ ସୋମବାର ଦିନ ୧୧ ଟା ସମୟରେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଭଦ୍ରକ ରୁ ଏକ ଟିମ୍ ଘଟଣା ଘଟିଥିବା ସ୍ଥାନକୁ ଯାଇ ଘଟଣାର ତଦନ୍ତ କରିବା ଶହ ବିଭିନ୍ନ ନମୁନା ସଂଗ୍ରହ କରି ଫେରିଥିଲେ ।ତେବେ ତଦନ୍ତ ରେ ବାଧା ସୃଷ୍ଟି ହେବାରୁ କିଛି କଥାକୁ ଗୁପ୍ତ ରଖା ଯାଉଛି ବୋଲି ତଦନ୍ତ କାରି ଅଧିକାରିଣୀ ରଶ୍ମିତା ମଲିକ କହିଛନ୍ତି ।ପ୍ରକାଶ ଥାଉ କି ଜଣେ ଭିନ୍ନକ୍ଷମ ନାବାଳିକା ଛାତ୍ରୀ କୁ ଧର୍ଷଣ କୁ ସଧାରଣ ରେ ନିନ୍ଦା କରାଯାଇ ଥିବା ବେଳେ ତୁରନ୍ତ ଫେରାର ଥିବା ଅଭିଯୁକ୍ତ କୁ ଗିରଫ ପାଇଁ ଓଡ଼ିଶା ବିକଳାଙ୍ଗ ମଂଚ ର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ ଦାବି କରିଚନ୍ତି।
Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ନାବାଳିକାକୁ ଧର୍ଷଣ ଘଟଣାର ତଦନ୍ତ ଆରମ୍ଭ, ଘଟଣା ସ୍ଥଳରେ ସାଇଂଟିଫିକ୍ ଟିମ୍, ଜଣେ ଗିରଫ,...