ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ପଂଚାୟତ ର ବେଲମଳା ଗ୍ରାମ ର ଜଣେ ନାବାଳିକା ଭିନ୍ନକ୍ଷମ ଛାତ୍ରୀ କୁ ଧର୍ଷଣ କରିବା ଅଭିଯୋଗ ରେ ଧାମନଗର ପୋଲିସ ଜଣକୁ ଗିରଫ କରିଛି ।ସୂଚନା ଥାଉକି ଉକ୍ତ ଗ୍ରାମର ମାଗୁଣି ଦେହୁରୀ ଙ୍କ ପୁଅ ବାପି ଦେହୁରୀ ଓ ତାଙ୍କ ର ଜଣେ ସାଙ୍ଗ ମିଶି ଗୁରୁବାର ସନ୍ଧ୍ୟା ରେ ଉକ୍ତ ନାବାଳିକା ଦାଣ୍ଡ ରେ ବୁଲୁଥିବା ବେଳେ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିକଟସ୍ତ ଏକ ନିଛାଟିଆ ବିଲ ରେ ଉଭୟ ଧର୍ଷଣ କରିଥିଲେ ।ନାବାଳିକା ଜଣଙ୍କ ଭିନ୍ନକ୍ଷମ ସହ ହାଉଡ଼ି ଥିବାରୁ ଏତେ କଥା କୁ ବୁଝିନପାରି ଘରେ ଆସି ପରିବାର ଲୋକ କୁ କହିବାପରେ ପରିବାର ଲୋକ ଅଭିଯୁକ୍ତ ର ବାପାଙ୍କୁ କହିଥିଲା । ଏ ବିଷୟ ରେ ଗ୍ରାମ ରେ ବୁଝାବୁଝି କରିଦେବାକୁ ଗୋଟେ ଦିନ ସମୟ ନେଇ ଆଉ ଧରା ଦେଇନଥିଲେ । ବାଧ୍ୟ ହୋଇ ଗୋଟେ ଦିନପରେ ଶନିବାର ନାବାଳିକା ର ବାପା ଧାମନଗର ଥାନା ରେ ଅଭିଯୋଗ କରିବାପରେ ପୋଲିସ କେଶ ନମ୍ବର ୧୩୧/୨୫ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାପି କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣା ଯାଇଛି ।ରବିବାର ଉଭୟଙ୍କୁ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ କହୁଛି ।