Home ଓଡ଼ିଶା ଭିନ୍ନକ୍ଷମ ଅସହାୟ ମହିଳାଙ୍କୁ ଧର୍ଷଣ ସହ ଗୁରୁତର ଆହତ ଅଭିଯୋଗ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ଭିନ୍ନକ୍ଷମ ଅସହାୟ ମହିଳାଙ୍କୁ ଧର୍ଷଣ ସହ ଗୁରୁତର ଆହତ ଅଭିଯୋଗ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

216

ଟିଟିଲାଗଡ଼ -୨୫-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଜି.ଆର.ପି ଥାନା ଅନ୍ତର୍ଗତ ରେଳ ଷ୍ଟେସନ ତେଲଟାଙ୍କି ନିକଟରେ ଏକ କୁଡ଼ିଆ କରି ଆଶ୍ରୟ ନେଇ ଥିବା ଜଣେ ଅସହାୟ ଭିନ୍ନକ୍ଷମ ମହିଳା ଙ୍କୁ ଜଣେ ଯୁବକ ଧର୍ଷଣ କରିଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଗତ ଗୁରୁବାର ରାତି ପ୍ରାୟ ୧୨ ଟା ସମୟରେ କେହି କିଛି ନିଶାଗ୍ରସ୍ତ ଜୁବକ ପାଟି ରେ କନା ଭର୍ତ୍ତି କରି ଜୋର ଜବରଦସ୍ତ ଧର୍ଷଣ କରି ଫେରାର ହୋଇଯାଇ ଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରାୟ ଚାରି, ପାଞ୍ଚ ଜଣ ଯୁବକ ଆସି ତାପ ତାଣ୍ଡି (ବ, ୪୯)(ଛଦ୍ମ ନାମ)ନାମ୍ନୀ ଉକ୍ତ ଶାରୀରିକ ଭିନ୍ନକ୍ଷମ ମହିଳା ଙ୍କ କୁଡ଼ିଆରେ ପଶି ମାଡ଼ ମାରି ମୁହଁରେ କନା ପୁରେଇ ପ୍ରତିବାଦ ସତ୍ୱେ ଅମନ ବୋଲି ଚିହ୍ନି ପାରି ଥିବା ଜଣେ କେହି ଯୁବକ ଧର୍ଷଣ କରିଥିଲା। ଏପରି କି କାମୁଡି, କାମୁଡି ମାଡ଼ ମଧ୍ୟ ମାରି ଗୁରୁତର ଆହତ ଅବସ୍ଥାରେ ଛାଡି ଦେଇଥିବା ପ୍ରକାଶ କରିଛନ୍ତି। ତାପ ପୋଲିସ ନିକଟରେ ପହଁଚିବାକୁ ଅସମର୍ଥ ଥିବା ବେଳେ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ଚିକିତ୍ସା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଲୋକେ ଓ ଜନସେବା ସଙ୍ଘ ତରଫରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.