Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ପ୍ରଦାନ

ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ପ୍ରଦାନ

24

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ, ଭଦ୍ରକ (ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ) ଏବଂ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର (ଡି.ଡି.ଆର୍‌.ସି ) ଭଦ୍ରକ ମିଳିତ ଆନୁକୁଲ୍ୟରେ ଆଜି ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର.ଏସ୍‌.ଆର.) ପରିସରରେ ଭିନ୍ନକ୍ଷମମାନଙ୍କୁ ବ୍ୟାଟେରିଚାଳିତ ତିନିଚକିଆ ସାଇକେଲ(ମଟୋରାଇଜଡ଼ ଟ୍ରାଇସାଇକେଲ) ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉରତାଏ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଓ ସି.ଆର.ଏସ୍‌.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ଭଗବାନ ପରିଡ଼ା ଯୋଗଦେଇଥିଲେ। ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ସୁବାସଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ପ୍ରଦାନକରି ସାଂସଦ ଶ୍ରୀ ସେଠୀ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ଉତମ ପ୍ରୟାସ ଏବଂ ଏହା ସମସ୍ତଙ୍କର ପ୍ରଚେଷ୍ଟା ହେବା ଆବଶ୍ୟକତା ବୋଲି ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଉତରାଏ ଭିନ୍ନକ୍ଷମମାନଙ୍କୁ ସ୍ୱାଧୀନ ଭାବରେ ବଞ୍ôଛବା ଏବଂ ସେମାନଙ୍କର ଅଧିକାରକୁ ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ଅଭିମତ ପ୍ରକାଶ କରିଥିଲେ। ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାୟକ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ ସ ମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଳାର ୨୭ଜଣ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ୟାଟେରିଚାଳିତ ତିନିଚକିଆ ସାଇକେଲ (ମଟୋରାଇଜଡ଼ ଟ୍ରାଇସାଇକେଲ)ପ୍ରଦାନ ନରାଯାଇଥିଲା। ଏହିଭଳି କାର୍ଯ୍ୟକ୍ରମ ଜିଲ୍ଲାରେ ୮୦% ଭିନ୍ନକ୍ଷମତା ଥିବା ସମସ୍ତ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯିବବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼.ପରିଡ଼ା ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.