ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର.ଏସ୍.ଆର.), ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଓ ଲାୟନସ୍ କ୍ଲବ ଭଦ୍ରାକାଳୀ ଡ଼ିଭାଇନ୍ ଆନୁକୁଲ୍ୟରେ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର.ଏସ୍.ଆର.) ପରିସର ମ୍ମରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସଭାପତି ଲାୟନ ପଦ୍ମନ କୁମାର ରାୟ, ମୁଖ୍ୟ ଅତିଥି ପୂର୍ବତନ ଜିଲ୍ଲା ଗଭର୍ଣର ଲାୟନ ପ୍ରକାଶ କୁମାର ଜେନା ଏବଂ ସମ୍ମାନିତ ଅତିଥି ଭାବରେ ଲାୟନ ପ୍ରଣତି ଜେନା, ସି.ଆର.ଏସ୍.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ଭଗବାନ ପରିଡ଼ା, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପବିତ୍ର କୁମାର ଦାସ, ବରିଷ୍ଠ ନାଗରିକ ମଥ ସଭାପତି ଲଲାଟେନ୍ଦୁ ମହାନ୍ତି, ଲାୟନ ପର୍ଶୁରାମ ଦ୍ୱିବେଦୀ, ଲାୟନ ବେଲୋଚନ ବେହୁରିଆ, ଲାୟନ ସତ୍ୟେନ୍ଦୁ କୁମାର ରାୟମହାପାତ୍ର, ଲାୟନ ସନ୍ତୋଷ ପତି, ଲାୟନ ପ୍ରଦୀପ ସାବତ, ଲାୟନ ମାନସ ନାୟକ, ଲାୟନ ଡ଼ା. ନାରାୟଣ ମିଶ୍ର, ଲାୟନ ଅମର ମହାନ୍ତି, ଲାୟନ କବିତା ପତି, ଲାୟନ ଅଶୋକ ମହାନ୍ତି, ଲାୟନ ପ୍ରଭାତ ଧଳ ଓ ଅନ୍ୟମାନେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଲାୟନ ଦ୍ୱିବେଦୀ ପରିଚାଳନା କରିବା ସହିତ ଭିନ୍ନକ୍ଷମମାନଙ୍କୁ କିପରି ସାମାଜିକ ସ୍ରୋତରେ ସାମିଲ କରାଯାଇପାରିବ ତାହା ବିଶଦ ଭାବରେ ଆଲୋଚନା କରିଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦାସ ସରକାରୀ ସୁବିଧା ଉପରେ ଗୁରୁତ୍ୱ ଆରୋପକରି ଭିନ୍ନକ୍ଷମମାନଙ୍କୁ କିପରି ସହାୟକ ଦିଆଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ସଭାପତି ଲାୟନ ରାୟ ଭିନ୍ନକ୍ଷମମାନେ ସ୍ୱାଧିନ ଭାବରେ ବଥବା ପାଇଁ ସେମାନଙ୍କର ଅଧିକାରକୁ ସରକାରୀ ବା ବେସରକାରୀ ସ୍ତରରେ ସମ୍ମାନଦେବା ସମସ୍ତଙ୍କର କତ୍ତବ୍ୟ ବୋଲି ଅଭିମତ ପ୍ରକାଶ କରିଥିଲେ । ସି.ଆର.ଏସ୍.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ପରିଡ଼ା ବିଭିନ୍ନ ଜିଲ୍ଳାରେଥିବା ଭିନ୍ନକ୍ଷମମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥାଉପରେ ଆଲୋଚନା କରି ସେମାନେ କିପରି ସ୍ୱାଧିନ ଭାବରେ ବଂଚି ରହିପାରିବେ ତାହା ବିଭିନ୍ନ ଯୋଜନା ଉପରେ ଅଭିମତ ପ୍ରଦାନ କରିଥିଲେ ।ଏହି ଅବସରରେ ଉପସ୍ଥିତ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ, ହୁଇଲଚେୟାର, ଶ୍ରବଣ ଯନ୍ତ, କୃତ୍ରିମ ଅଙ୍ଗ, କାଲିପର, ଆଶାବାଡ଼ି, ସ୍ମାର୍ଟେ‘ାନ ଇତ୍ୟାଦି ବଂଟନ କରାଯାଇଥିଲା । ପରିଶେଷରେ ଲାୟନ ଡ଼ା. ନାରାୟଣ ମିଶ୍ର ମଂଚାସୀନ ଅତିଥି ଓ ସମସ୍ତ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସି.ଆର.ଏସ୍.ଆର.ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।