ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତର ଶରତ ନାୟକ ନାମକ ଜଣେ ଭିନ୍ନକ୍ଷମଙ୍କୁ ଶୁକ୍ରବାର ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ବଂଚନ କରାଯାଇଥିଲା। ବିଡିଓ ନିରଂଜନ ବାରିକ ଭିନ୍ନକ୍ଷମ ଶତରଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ। ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ସେକ୍ସନ ଅଫିସର ରୁନା ସୁନା ଉପସ୍ଥିତ ଥିଲେ।








