Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

62

ପୁରୀ ୨୨/୮ (ଓଡ଼ିଆ ପୁଅ) ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ଭିନ୍ନକ୍ଷମ କାଳୁ ପ୍ରଧାନଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଗିରିସୋଲା ଅନ୍ତର୍ଗତ କିରାପାଲି ଟିଣସାହି ନିବାସୀ ୩୬ ବର୍ଷ ବୟସ୍କ କାଳୁ ଏକ ଦୁର୍ଘଟଣାର ଶୀକାର ହୋଇ ନିଜର ଦୁଇଟି ଯାକ ଗୋଡ ହରାଇଥିଲେ। ବର୍ତ୍ତମାନ ପୁରୀରେ ଜନୈକ ବ୍ୟକ୍ତି ଙ୍କ ସହାୟତାରେ ରହୁଥିବା ବେଳେ ନିଜର ଯାତାୟତର ସୁବିଧା ପାଇଁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ତତକ୍ଷଣାତ୍ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ଟ୍ରାଇ ସାଇକେଲକୁ କାଳୁ ପ୍ରଧାନଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରଦାନ ସମୟରେ ଏ ଡି ଏମ ଓ ଡା ଗିରିଜା ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ କୁମାର ମହାରଣା, ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ ଜଗଦୀଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.