Home ଜିଲ୍ଲା ପରିକ୍ରମା ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଅର୍ଣ୍ଣପାଳ ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ପେନସନ...

ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଅର୍ଣ୍ଣପାଳ ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ପେନସନ ବନ୍ଦ ପାଇଁ ଆବେଦନ କଲା ଓଡିଶା ଭିଜିଲାନ୍ସ ବିଭାଗ

17

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଅର୍ଣ୍ଣପାଳ ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସେବା ସମବାୟ ସମିତିର ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକ ରମେଶ ଚନ୍ଦ୍ର ସେନଙ୍କ ପେନସନ ବନ୍ଦ କରିବାକୁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ସୂଚନାଯୋଗ୍ୟ ଶ୍ରୀ ସେନଙ୍କୁ ସୋସାଇଟି ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧାରା ୧୩(୨) ଆର /ଡବ୍ଲୁ ୧୩ (୧)(ସି )(ଡ଼ି ) ପିସି ଆକ୍ଟ ୧୯୮୮/୪୦୯/୩୪ ଆଇପିସି ଅନ୍ତର୍ଗତ ଉପରୋକ୍ତ ମାମଲାରେ ଚାର୍ଜସିଟ୍ କରାଯାଇଥିଲା। ବିବିସିସି ଭଦ୍ରକ ଶାଖାରେ ରଖାଯାଉଥିବା ସୋସାଇଟିର ସଞ୍ଚୟ ବ୍ୟାଙ୍କ ଜମା (ଥ୍ରିଫ୍ଟ) ଆକାଉଣ୍ଟରୁ ସେ ଅର୍ଥ ଉଠାଇ ସୋସାଇଟି ପାଣ୍ଠିର ଅପବ୍ୟବହାର ଏବଂ ଏହାକୁ ହିସାବକୁ ନ ନେଇ ନଥିବା କାରଣରୁ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ବାଲେଶ୍ୱର ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବଂ ୩ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୫୦,୦୦୦/- ଟଙ୍କା ଜରିମାନା ଦେବାକୁ ଦଣ୍ଡିତ ହୋଇଥିଲେ।ଏଣୁ ଓଡିଶା ଭିଜିଲାନ୍ସ ବିଭାଗ ଏବେ ଶ୍ରୀ ସେନଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବାର ସମସ୍ତ ପ୍ରକ୍ରିୟା ଶେଷ କରିଛି ବୋଲି ଏକ ପ୍ରେସ ୍ୱିଜ୍ଞପ୍ତି ରେ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.