Home ଜିଲ୍ଲା ପରିକ୍ରମା ଭିଜିଲାନ୍ସ ଜାଲରେ ପଡିଥିବା ବାସୁଦେବପୁର ବ୍ଲକ୍ ନିଲମ୍ବିତ ମୁଖ୍ୟ କିରାଣୀ ଗିରଫ, ପତ୍ନୀ ଓ ମା’...

ଭିଜିଲାନ୍ସ ଜାଲରେ ପଡିଥିବା ବାସୁଦେବପୁର ବ୍ଲକ୍ ନିଲମ୍ବିତ ମୁଖ୍ୟ କିରାଣୀ ଗିରଫ, ପତ୍ନୀ ଓ ମା’ ଅଟକ, ଶଳା ଫେରାର

25

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍‌ର ପୂର୍ବତନ ତଥା ବର୍ତ୍ତମାନର ବାସୁଦେବପୁର ବ୍ଲକ୍‌ର ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ହୋଇଥିବା ଭିଜିଲାନ୍ସ ଚଢାଉରେ ବହୁ ଆୟ ବର୍ହିଭୂତ ସଂପତ୍ତି ଠାବ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ପତ୍ନୀ ଓ ମା’ ଅଟକ ରହିଛନ୍ତି । ତେବେ ଶଳା ଫେରାର ହୋଇଯାଇଥିବାର ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ସେ ତିହିଡି ବ୍ଲକ୍‌ର କେସିୟର ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଜଣ ହିତାଧିକାରୀଙ୍କ ଅର୍ଥକୁ ତାଙ୍କ ପତ୍ନୀ ଓ ଶଳା ଆକାଉଣ୍ଟକୁ ପ୍ରାୟ ୨୦ ଲକ୍ଷ ୨୫ ହଜାର ଟଙ୍କା ସିଧାସଳଖ ଟ୍ରାନ୍ସଫର ହୋଇଥିବାରୁ ଉକ୍ତ ଅଭିଯୋଗ ମୂଳେ ଜିଲାପାଳ ତାଙ୍କୁ ନିଲମ୍ବନ କରିଥିଲେ । ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବାଲେଶ୍ୱର ସହରର ନେଳିଆବାଗ ସ୍ଥିତ ବାସଭବନ ନିକଟ ଭଡାଘର ସହ ଏକକାଳୀନ ୩ଟି ସ୍ଥାନରେ ଏକ ୧୨ ଜଣିଆ ଭିଜିଲାନ୍ସ ଟିମ୍ ଚଢାଉରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.