ଭୁବନେଶ୍ଵର,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ଵର ସେନାପତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ଚଢ଼ାଉ କରିଛି । ତେବେ ତାଙ୍କ ବାସଭବନ ସମେତ ଅନ୍ୟ ସ୍ଥାନରେ ବି ଚଢାଉ କରିଛି ଭିଜିଲାନ୍ସ । ତେବେ ଭୁବନେଶ୍ଵର ରେ ତାଙ୍କର ୨ ଟି ଫ୍ଲାଟ୍ ଥିବା ସୂଚନା ମିଳିଛି । ଏ ସବୁକୁ ବାଦ୍ ଦେଲେ ବାଲେଶ୍ବରର ୫ ଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରି ତଦନ୍ତ କରିଥିବା ସୂଚନା ରହିଛି ।