Home ଓଡ଼ିଶା ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର

24

ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରାଯାଇଛି। ଏହି ସମୟ ରେ ତହସିଲଦାର ରାମ ଚନ୍ଦ୍ର ଜେନା ଙ୍କ ଠାରୁ ଭିଜିଲାନ୍ସ ୪ଲକ୍ଷ ୬୫ ହଜାର ଟଙ୍କା ନଗଦ ଟଙ୍କା ଉଧାର କରିଥିବା ବେଳେ ଏହାର ପ୍ରକୃତ ହିସାବ ସେ ଭିଜିଲାନ୍ସ ଟିମ କୁ ଦେଇ ପାରି ନାହାନ୍ତି। ପରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇ ୫୦ ହଜାର ଟଙ୍କା ଜବତ କରାଯାଇଛି। ସେହିପରି କଟକ ସିଡିଏ ରେ ଥିବା ତାଙ୍କ ବାସ ଭବନ, କେନ୍ଦ୍ରାପଡା ଗରଦ ପୁର ର ଧାନମଣ୍ଡଳ ରେ ଥିବା ତାଙ୍କ ପୈତୃକ ଗୃହ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.