Home ଓଡ଼ିଶା ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିୟର : ବିଲ୍ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ...

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିୟର : ବିଲ୍ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

28

ବାଲିଗୁଡ଼ା, ୨୧/୦୧.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିୟର ବଟକୃଷ୍ଣ କଟା। ଆମ୍ବ ବଗିଚା ବିଲ୍ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର ପୁରେ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। ସୂଚନା ପ୍ରକାରେ ଉଦ୍ୟାନ ବିଭାଗ ପକ୍ଷରୁ ପୁରେ ପ୍ରଧାନଙ୍କୁ ଆମ୍ବ ବଗିଚା କରିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ମଞ୍ଜୁରୀ ମିଳିଥିଲା। ଏହାର ବିଲ୍ କରାଇଦେବା ପାଇଁ ପୁରେ ପ୍ରଧାନଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଦ୍ୟାନ ବିଭାଗର ସୁପରଭାଇଜର ବଟକୃଷ୍ଣ କଟା। ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ପୁରେ ପ୍ରଧାନ। ଆଜି ପୁର୍ବ ପ୍ରସ୍ତୁତି ପ୍ରକାରେ ପୁରେ ପ୍ରଧାନ ସମ୍ପୃକ୍ତ ସୁପରଭାଇଜର ଙ୍କୁ ଟଙ୍କା ଦେବାପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ଏବଂ ୧୦ହଜାର ଟଙ୍କା ଜବତ କରିବାସହ ବଟକୃଷ୍ଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.