Home କେନ୍ଦୁଝର ଭିଜିଲାନସ ହାତରେ ଧରାପଡିଲେ ଲାଞ୍ଚୁଆ ଏବିଇଓ

ଭିଜିଲାନସ ହାତରେ ଧରାପଡିଲେ ଲାଞ୍ଚୁଆ ଏବିଇଓ

59

ହାଟଡ଼ିହି, ୩୦ /୬/ : ଓଡିଆପୁଅ / ବିକାଶ ବିଶ୍ୱାଳ) ଭିଜିଲାନସ ହାତରେ ଧରାପଡି ଗିରଫ ହୋଇଛନ୍ତି ଆନନ୍ଦପୁର ବ୍ଲକର ଏବିଇଓ ଧନେଶ୍ୱର ସାହୁ । ଜଣେ ଶିକ୍ଷକଙ୍କ ପ୍ରସେଡିଂକୁ ରଫାଦଫା କରିବା ଉଦ୍ଦେଶ୍ୟରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନସ ଟିମ ହାତରେ ଧରାପଡିଛନ୍ତି । ଧନେଶ୍ୱରଙ୍କ ପ୍ୟାଣ୍ଟ ପକେଟରୁ ଏହି ଟଙ୍କା ଜବଦ କରାଯାଇ ଥିବା ସୁଚନା ଦେଇଛନ୍ତି ଭିଜିଲାନସ ଅଧିକାରୀ । ସେ ପଣସଡିଆ ସ୍କୁଲର ଜଣେ ଶିକ୍ଷକଙ୍କ ନାମରେ ଥିବା ପ୍ରସେଡିଂକୁ ରଫାଦଫା କରିବାପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ । ଆଜି ସଂପୃକ୍ତ ଶିକ୍ଷକଙ୍କ ଠାରୁ ୧୦ହଜାର ଟଙ୍କା ନେବାବେଳେ ଭିଜିଲାନସ ଟିମ ଦ୍ୱାରା ଧରାପଡିବା ପରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ସୁଚନା ଦେଇଛନ୍ତି ଭିଜିଲାନସ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.