Home ଜିଲ୍ଲା ପରିକ୍ରମା ଭିଆଇପି କଲୋନୀ ରାସ୍ତାରେ ବର୍ଷାଜଳ ଲହଡି ମାରୁଛି

ଭିଆଇପି କଲୋନୀ ରାସ୍ତାରେ ବର୍ଷାଜଳ ଲହଡି ମାରୁଛି

5

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଜଳ ଅବରୋଧ ସମସ୍ୟା ଏବେ ନୁହେଁ ବହୁବର୍ଷ ଧରି ଲାଗିରହିଛି। ସହରରୁ ଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ରାଜନେତା ଓ ପ୍ରଶାସନିକ କର୍ତୃପକ୍ଷ ବାରମ୍ବାର ବୈଠକ ବସାଇ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଏହା କାଗଜ କଲମରେ ସୀମିତ ରହିଛି। ସାମାନ୍ୟ ବର୍ଷାଜଳରେ ସହର ଉବୁଟୁବୁ ହୋଇପଡୁଛି। ଗତ ଦୁଇଦିନର ଅଦିନିଆ ବର୍ଷା ସହରର ବିଭିନ୍ନ ଅଂଚଳ ସମେତ ମୁଖ୍ୟ ରାସ୍ତାଗୁଡିକରେ ଜଳସ୍ରୋତ ପ୍ରବାହିତ ହେଉଛି। ସହରର ମହତାବ ଛକ, ଆରଡି ଛକ, ଖେମକା ମାର୍କେଟ୍ ଛକ, ଫିସରୀ ସମ୍ମୁଖ ରାସ୍ତା, ଚରମ୍ପା ଅଂଚଳର ବହୁ ୱାର୍ଡଗୁଡିକର ରାସ୍ତା, ଏପରିକି ଖୋଦ୍ ଜିଲାପାଳ, ଜିଲା ଜଜ୍‌, ଏସ୍‌ପି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ରହୁଥିବା ଭିଆଇପି କଲୋନୀ ଓ ଗବସାହି ଛକରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି। ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ଘଟିଛି। ସାମାନ୍ୟ ଅଦିନିଆ ବର୍ଷାଜଳରେ ସହରରେ ଯଦି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି, ତେବେ ବର୍ଷାଋତୁରେ ସହରର ଅବସ୍ଥା କଣ ହେବ, ଏ ନେଇ ସହରବାସୀଙ୍କ ମଧ୍ୟରେ ଚିନ୍ତାପ୍ରକଟ ହୋଇଛି। ଏଣୁ ବେଳ ଥାଉ ଥାଉ ସାବଧାନ ହୋଇ ଜଳ ନିଷ୍କାସନ ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସହରବାଦୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.