Home ଜିଲ୍ଲା ପରିକ୍ରମା ଭାଷାର ବିକାଶ ହେଲେ ଜାତିର ପ୍ରଗତି ହେବ – ଡକ୍ଟର ରାମଚନ୍ଦ୍ର ପଣ୍ଡା, ‘ମୁଁ ଓଡିଆ’...

ଭାଷାର ବିକାଶ ହେଲେ ଜାତିର ପ୍ରଗତି ହେବ – ଡକ୍ଟର ରାମଚନ୍ଦ୍ର ପଣ୍ଡା, ‘ମୁଁ ଓଡିଆ’ ପ୍ରତିଷ୍ଠାନର ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ

56

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା ବ୍ରହ୍ମ। ଗୋଟେ ଜାତି ତାର ଭାଷାକୁ ନେଇ ସାରା ସଂସାରରେ ଗର୍ବ ଅନୁଭବ କରେ। ସେ ଭଲ ଭାବରେ ଜାଣିଛି ତା ପାଇଁ ତା ଭାଷା ସବୁଠାରୁ ଶ୍ରେଷ୍ଠ। ‘ମୁଁ ଓଡ଼ିଆ ମୋ ଭାଷା ବଢିଆ’। ମୋ ମାଆ , ମାଟି , ମାତୃଭାଷା ସବୁଠାରୁ ମହାନ। ଲୋକଭାଷା, ଲୋକସାହିତ୍ୟ , ପୁରାଣ ଶାସ୍ତ୍ରର ଗାଥା ଏବଂ କିମ୍ବଦନ୍ତୀ ତଥା ମହାପୁରୁଷଙ୍କ ଜୀବନୀ ବ୍ୟକ୍ତିର ବ୍ୟକ୍ରିତ୍ୱକୁ ବିକଶିତ କରାଏ। ଆମ ମାତୃଭାଷା ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍‌। ଭାଷା ସହିତ ଆମ ସଂସ୍କୃତି ଏବଂ ପରମ୍ପରାକୁ ପ୍ରାଧାନ୍ୟ ଦେବା ଆମର ପ୍ରଧାନ କର୍ତବ୍ୟ। ଏହି ଭାବନା ଆଜି ପ୍ରତ୍ୟେକ ଓଡ଼ିଆଙ୍କର ଜୀବନରେ ଏକମାତ୍ର ଧ୍ୟେୟ ହେବା ଉଚିତ୍‌। ତେବେ ଯାଇ ଏ ଜାତିକୁ ସମଗ୍ର ବିଶ୍ୱରେ ଆମେ ଶ୍ରେଷ୍ଠ କରିପାରିବା । ଓଡ଼ିଆ ଅସ୍ମିତାର ମହିମା ବିଶ୍ୱବିଦିତ ହୋଇପାରିବ। ବିଶ୍ୱର କୋଣାନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ “ମୁଁ ଓଡ଼ିଆ’ ବୋଲି ଗର୍ବର ସହିତ କହିବା ବୋଲି ଆଜି ଭଦ୍ରକ ବନ୍ତ ଛକ ନିକଟ ଏଲିଗାନସ୍ ଲର୍ଣିଂ ସେଂଟରରେ ‘ମୁଁ ଓଡ଼ିଆ’ ଅନୁଷ୍ଠାନର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଯୁବ ସଂଗଠକ ତଥା ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଅଧ୍ୟାପକ ମନୋରଞ୍ଜନ ବାରିକ ମୁଁ ଓଡ଼ିଆ ପ୍ରତିଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସ୍ୱାଗତ ବକ୍ତବ୍ୟ ପ୍ରଦାନ ପୂର୍ବକ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥିମାନଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ ଅବସରରେ ଅନୁଷ୍ଠାନର କୋଷାଧ୍ୟକ୍ଷ ପଣ୍ଡିତ ସଞ୍ଜୟ ପାଢ଼ୀ ଶର୍ମାଙ୍କ ଓମ୍ କାର ଧ୍ୱନୀ ଏବଂ ମନ୍ତ୍ର ପାଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତିଷ୍ଠାନର ଜିଲ୍ଲା ସଭାପତି ପ୍ରାବନ୍ଧିକ ବିଭୁତି ଭୁଷଣ ସେନାପତିଙ୍କ ଅଧ୍ୟକ୍ଷତାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତମାନ ସମାଜ ପାଇଁ ଏଭଳି ଅନୁଷ୍ଠାନ ଗଠନର ଆବଶ୍ୟକତା ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ସାହିତ୍ୟ ସାଧିକା ଗୀତାରାଣୀ ଆଇଚ, ଭାଷା ସାହିତ୍ୟ ଗବେଶିକା ଅଧ୍ୟାପିକା ସଂଯୁକ୍ତା ଭାରତୀ, ସମାଜସେବୀ ବିଶ୍ୱଭାରତୀ ନାୟକ , ଆଦର୍ଶ ପ୍ରଧାନ ଶିକ୍ଷକ ଅରୁଣ କୁମାର ମଲ୍ଲିକ, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ତଥା ଆବାହକ ପ୍ରମୋଦ ରାୟ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ବିଶ୍ୱର ସର୍ବ ପ୍ରାଚୀନ ଭାଷା ବୋଲି ନିଜ ନିଜର ଯୁକ୍ତିମୂଳକ ବକ୍ତବ୍ୟ ରଖିବା ସହିତ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଆଦର୍ଶ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିବା ବେଳେ ସମାଜସେବୀ ଦିପାଲି ନାୟକ, ସାହିତ୍ୟିକ ଶ୍ରୀଧର ଜେନା, ଆଦର୍ଶ ଶିକ୍ଷକ ଲକ୍ଷ୍ମୀଧର ଦାସ,ଅଧ୍ୟାପକ ପ୍ରତାପ କୁମାର ମହାନ୍ତି, କବି ଶେଖ୍ ଅବଦୁଲ ଦୟାନ, ସୃତିସାଗର ଜେନା ଏବଂ ଭଦ୍ରକ ଜିଲ୍ଲାର ଅନେକ ବୁଦ୍ଧିଜୀବୀ ତଥା ସାହିତ୍ୟିକ ଯୋଗ ଦେଇ ମୁଁ ଓଡ଼ିଆ ପ୍ରତିଷ୍ଠାନ ଉପରେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ। ଶେଷରେ ବିଶିଷ୍ଟ ସମାଜସେବୀ ତଥା ସଂଗଠନର କାର୍ଯ୍ୟନିର୍ବାହୀ ସଦସ୍ୟ କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.