Home କେନ୍ଦୁଝର ଭାଲୁ ଆକ୍ରମଣ ଦୁଇ ମହିଳା ଗୁରୁତର

ଭାଲୁ ଆକ୍ରମଣ ଦୁଇ ମହିଳା ଗୁରୁତର

325

ଘଟଗାଁ,ତା ୧୯ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଝରବେଡା ଗ୍ରାମରେ ଭାଲୁ ଆକ୍ରମଣରେ ଦୁଇ ମହିଳା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାମର ବାଲି ନାଏକ ଓ ସଭତୁଲ ନାଏକ ଘରପାଖ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଗ୍ରାମବାସୀ ଖବର ପାଇ ଉଭୟଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମହିଳାଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.