Home କନ୍ଧମାଳ ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା :ଚାଳକ ମୃତ

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା :ଚାଳକ ମୃତ

56

ବାଲିଗୁଡା, ୨୬-୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ ହରାଇବା ଫଳରେ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଷାଙ୍ଗିଆ ଗ୍ରାମର ରାଜିଆ ପଣ୍ଡା, (୪୨) ଗୁରୁତର ଆହତ ହୋଇ ପଡ଼ିଥିଲେ। ଖବରପାଇ ବାଲିଗୁଡ଼ା ଡିଏସପି ସୌମ୍ୟ ରଞ୍ଜନ ମଲ୍ଲିକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରଜିଆଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ରଜିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.