Home ଅପରାଧ ଭାରସାମ୍ୟ ହରାଇ ଟାଟା ମେଜିକ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

ଭାରସାମ୍ୟ ହରାଇ ଟାଟା ମେଜିକ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

289

ବଡ଼ବିଲ, ତା ୨୧ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣା କେତେ ବେଳେ ନିଶାସକ୍ତ ଅବସ୍ତାରେ ତ ଆଉ କେତେ ବେଳେ ଦ୍ରୁତଗତି ଯୋଗୁଁ ଅକାଳରେ ଚାଲି ଯାଇଛି ଅନେକ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଆଜି କରଞ୍ଜିଆ ଥାନା ଅନ୍ତର୍ଗତ ଚାନ୍ଦୁସାହି ନିକଟରେ ଦେଖିବାକୁ ମିଳିଛି। ଏକ ଟାଟା ମେଜିକ୍ ରାଉତାଳିପାଟରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା, ଫଳରେ ଉକ୍ତ ଗାଡିର ଚାଳକ ମହେନ୍ଦ୍ର ଦାସ ଗୁରୁତର ହେଇଛନ୍ତି। ଖବର ଅନୁଯାୟୀ ଟାଟା ମେଜିକଟି ଗଛରେ ଧକ୍କା ଦେବା ପରେ ଗଛ ଓ ଗାଡି ମଧ୍ୟରେ ଚାଳକ ଜଣଙ୍କ ଚାପି ହୋଇ ରହିଥିଲେ। ଘଟଣା ଦେଖି ନିକଟସ୍ଥ ଲୋକମାନେ ବହୁ ଚେଷ୍ଟା ପରେ ଚାଳକ ଗୁରୁତର ଅବସ୍ଥାରେ ଗାଡି ମଧ୍ୟରୁ ବାହାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ନିଜ ଅକ୍ତିଆରକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ଘଟଣାର କାରଣ ଖୋଜୁଥିବା ବେଳେ ପ୍ରାଥମିକ ତଦନ୍ତରେ ଏହା ଦ୍ରୁତଗତି ଯୋଗୁ ହୋଇଛି ବୋଲି ନିକଟର ଲୋକମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.