Home ଓଡ଼ିଶା ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍, ୨ ଯୁବକ ମୃତ

ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍, ୨ ଯୁବକ ମୃତ

35

ଘଟଗାଁ, ତା ୦୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବଣଚକୁଳିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବାଇକ୍, ୨ଜଣ ଯୁବକଙ୍କ ମୃତ ଘଟିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଦୁଇଜଣ ଯୁବକ ବାଇକ ଯୋଗେ ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବା ପାଇଁ ଆସିଥିଲେ । ସେଠାରୁ ଫେରୁଥିବା ବେଳେ ବଣଚକୁଳିଆ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ଘଟଣା ଦେଖି ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ଉଭୟ ଯୁବକଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ତିହିଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାର ଖବର ପାଇ ପୋଲିସ ଉଭୟ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.