Home ଓଡ଼ିଶା ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର

ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର

229

ବାଲିଗୁଡା, ୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ପନ୍ଦର ମାଇଲ୍ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଛି ମିନି କଣ୍ଟେନର। ଗାଡ଼ିର ଆଗପଟ ଗଛରେ ଧକ୍କା ଦେବା ଫଳରେ ଗାଡ଼ି ଭିତରେ ଚାପିହୋଇ ରହିଯାଇଥିଲେ ଡ୍ରାଇଭର। ଖବରପାଇ ତୁମୁଡ଼ିବନ୍ଧ ଅଗ୍ନିଶମ କର୍ମଚାରୀ ଓ ପୋଲିସ୍ ଘଟଣାସ୍ଥଳରେ ପହଁଚି ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ିକୁ କାଟି ଡ୍ରାଇଭର୍ କୁ ଗାଡ଼ି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ପ୍ରଥମେ ଡ୍ରାଇଭର ତ୍ରିଲୋଚନ ମହାପାତ୍ର(୨୨)କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.