Home କନ୍ଧମାଳ ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନି ଟ୍ରକ

ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନି ଟ୍ରକ

65

ବାଲିଗୁଡା, ୧୫/୦୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁରୁଣାସାହି ନିକଟରେ ଘଟିଛି ଦୁର୍ଘଟଣା। ଗାଡ଼ିରେ ଥିବା ତିନିଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପ୍ରକାରେ ଶନିବାର ଦିନ ବ୍ରହ୍ମପୁରରୁ ଫଳ ନେଇ ଏକ ମିନି ଟ୍ରକ ବାଲିଗୁଡ଼ା ଆସୁଥିବା ବେଳେ କ.ନୂଆଗାଁ ପୁରୁଣା ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ତିନିଜଣ ଆହତ ହୋଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛିl

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.