Home ଜିଲ୍ଲା ପରିକ୍ରମା ଭାରତ ବିକାଶ ପରିଷଦର ସେବା କାର୍ଯ୍ୟ, ବୃକ୍ଷରୋପଣ,ଚିତ୍ର ଓ ରଚନା ପ୍ରତିଯୋଗିତାରେ ଭାଗ ନେଲେ ଛାତ୍ର

ଭାରତ ବିକାଶ ପରିଷଦର ସେବା କାର୍ଯ୍ୟ, ବୃକ୍ଷରୋପଣ,ଚିତ୍ର ଓ ରଚନା ପ୍ରତିଯୋଗିତାରେ ଭାଗ ନେଲେ ଛାତ୍ର

13

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ଆନୁକୂଲ୍ୟରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଆଜି ଭଦ୍ରକ ଜିଲ୍ଲା ପୁରୁଷଣ୍ଢ ପଚାଂୟତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ବୃକ୍ଷରୋପଣ କରାଯିବା ସହ ସ୍ଥାନୀୟ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପରିସରରେ ଛାତ୍ର ମାନଙ୍କୁ ନେଇ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭାରତ ବିକାଶ ପରିଷଦର ସଚିବ ଯୁବ ସମାଜସେବୀ ପ୍ରଦୀପ ପୁହାଣଙ୍କ ଆବାହକତ୍ୱରେ ଶିକ୍ଷାଶ୍ରମ ପରିସରରେ ପଣସ, ଆମ୍ବ ପିସ୍ତାବାଦାମ, ଅର୍ଜୁନ, କୃଷ୍ଣଚୂଡା, ଜାମକୋଳି, ବରକୋଳି ଆଦି ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଭଦ୍ରକ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀର ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଭାରତ ବିକାଶ ପରିଷଦର ରାମଚନ୍ଦ୍ର ପଣ୍ଡା, ଇଂ.ଦିଲ୍ଲୀପ କୁମାର ମିଶ୍ର, ରବିନାରାୟଣ ରାଉତ, ଅକ୍ଷୟ ମହାନ୍ତି, ପୁରୁଷୋତମ ମହାନ୍ତି, ପୂର୍ବତନ ସରପଚଂ ରବିନ୍ଦ୍ର ପଣ୍ଡା, ଯୁବନେତା ଅଶୋକ ପରିଡା,କିରଣ ମୟ ବେହେରା, ସାମ୍ବାଦିକ ହେମନ୍ତ ସିଂହ ଉପସ୍ଥିତ ରହି ବୃକ୍ଷରୋପଣ କରି ଏହାର ଉପକାରିତା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଶିକ୍ଷାଶ୍ରମର ପ୍ରଧାନ ଗୁରୁମା ସୁକାନ୍ତି ଲତା ସିଂହ, ରଶ୍ମିତା ବିଶ୍ୱାଳ, ମାମାଲି ନାୟକ, ବବିତା ଦାସ, ମନ୍ଦାକିନୀ ଦାସ, ରଶ୍ମିତା ଦାସ, ଲଳିତା ହାତୀ, ରଞ୍ଜୁଲତା ସାହୁ, ନିହାରିକା ଦାସ, ତପସ୍ୱିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ମଧ୍ୟାହ୍ନରେ କୃଷ୍ଣଚରଣ ବିଦ୍ୟାମନ୍ଦିର ପରିସରରେ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମା ପାଇଁ ବୃକ୍ଷଟିଏ ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ ଛାତ୍ର ଭାଗ ନେଇଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଶରତ ଜେନାଙ୍କ ତତ୍ୱାବଧାନ ଓ ସଚିବ ପ୍ରଦୀପ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଉପରୋକ୍ତ ଅତିଥି ମାନେ ଯୋଗଦେଇ ଦେହ ମନନ ସୁସ୍ଥ ସାଙ୍ଗକୁ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାର ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟରେ ବିଶେଷ କରି ଯୁବ ସମାଜ ଆଗେଇ ଆସିଲେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ ହୋଇ ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଅଶୋକ କୁମାର ଖିଲାର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଏହି ଅବସରରେ କୃତି ଛାତ୍ର ରୁଦ୍ରାଶୁଂ ଦାସ, ପୃଥୀରାଜ ଦାସ, ଆୟୁଷ୍ କୁମାର ନାୟକ, ଅଭିଜିତ୍ ଖଟୁଆ, ଶିବିନୁ ସିଂ, ଦୁଖିଶ୍ୟାମ ସିଂଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.