Home ଜିଲ୍ଲା ପରିକ୍ରମା ଭାରତ ବର୍ଷର ପ୍ରଥମ ଅମର ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀ ପାଳିତ

ଭାରତ ବର୍ଷର ପ୍ରଥମ ଅମର ଶହୀଦ ଜୟୀ ରାଜଗୁରୁଙ୍କ ୨୮୨ତମ ଜୟନ୍ତୀ ପାଳିତ

45

ଭୁବନେଶ୍ୱର ୧୨ା୧୧ (ଓଡ଼ିଆ ପୁଅ) : ବ୍ରିଟିଶ୍ ସରକାର ବିରୁଦ୍ଧରେ ହୋଇଥିବା ପ୍ରଥମ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହର ଦୁର୍ଦ୍ଦଶ ସେନାପତି, ଭାରତ ବର୍ଷର ପ୍ରଥମ ଶହୀଦ ଜୟକୃଷ୍ଣ ରାଜଗୁରୁ (ଜୟୀ ରାଜଗୁରୁ)ଙ୍କ ୨୮୨ତମ ଜୟନ୍ତୀ ଉତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ଏ.ଜି. ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂଜ୍ୟପୂଜା ପ୍ରେମୀମାନେ ବ୍ରିଟିଶ୍ ସରକାର ବିରୁଦ୍ଧରେ ପାଇକ ବିଦ୍ରୋହ ଥିଲା ପ୍ରଥମ ସ୍ୱାଧୀନତା ଆନ୍ଦୋଳନ। ଏହି ଆନ୍ଦୋଳନରେ ମୁଖ୍ୟ ସେନାପତି ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ଜୟୀ ରାଜଗୁରୁ। ଓଡ଼ିଶାବାସୀଙ୍କ ସ୍ୱାଭୀମାନ ରକ୍ଷା ସହ ଓଡ଼ିଶା ମାଟିକୁ ବ୍ରିଟିଶ୍ ଶାସନରୁ ମୁକ୍ତ କରିବା ପାଇଁ ହୋଇଥିବା ଦୁର୍ବାର ସଶସ୍ତ୍ର ପାଇକ ବିଦ୍ରୋହର ସେ ନେତୃତ୍ୱ ନେଇଥିଲେ। ସାହସିକତାର ସହିତ ଲଢେଇ କରି ବ୍ରିଟିଶ୍ ସୈନବାହିନୀକୁ ଭୀତକ୍ରସ୍ତ କରିଥିଲେ। ପରିଶେଷରେ ବ୍ରିଟିଶ୍ ସେନା ହାତରେ ଧରାପଡ଼ି ସେ ଅତ୍ୟନ୍ତ ଦୟନୀୟ ଭାବରେ ଫାଶୀ ପାଇଥିଲେ। ତାଙ୍କର ବଳିଦାନ ଓଡ଼ିଶାବାସୀଙ୍କୁ ସବୁବେଳେ ବୀରତ୍ୱର ଗାଥା ପ୍ରଦାନ କରିଆସିଛି ବୋଲି ବକ୍ତାମାନେ ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଦେଶକ ରଂଜନ କୁମାର ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସୀତାବଲ୍ଲଭ ମହାପାତ୍ର, ବି. ମୁରଲୀଧର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ତନ୍ମୟ ସାମନ୍ତରାୟ, ଅଧ୍ୟାପକ ଅସୀତ ଦାସ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ଦେବଯାନୀ ଦାସ, ସତ୍ୟବ୍ରତ ଜେନା, କଳ୍ପତରୁ ସେନାପତି, ରଶ୍ମିରଂଜନ ପଣ୍ଡା, କବି ଦମ୍ପତ୍ତି ନାରାୟଣ ମୁଦୁଲି ଓ ସୁଜାତା ମୁଦୁଲି ପ୍ରମୁଖ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରିଥିଲେ। ଏହି ଅବସରରେ ଭାଷା ସଂସ୍କୃତି ପ୍ରାଣ ସୀତାବଲ୍ଲଭ ମହାପାତ୍ରଙ୍କୁ ଶହୀଦ ଜୟୀ ରାଜଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.