Home ଓଡ଼ିଶା ଭାରତ ବନ୍ଦ ସଫଳ

ଭାରତ ବନ୍ଦ ସଫଳ

20

ଭୁବନେଶ୍ୱର ୨୬-୧୧ (ଓଡ଼ିଆ ପୁଅ) କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦିଆଯାଇଥିବା ଭାରତବନ୍ଦ ଡାକରା ସଂପୂର୍ଣ୍ଣ ଓଡ଼ିଶାରେ ସଫଳ ହୋଇଛି ବୋଲି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ଶାଖାର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ କହିଛନ୍ତି ଓ ସମସ୍ତ ଓଡ଼ିଶାବାସୀ, ଛାତ୍ର, ଯୁବକ ଦିନମଜୁରିଆ, ଶ୍ରମିକ, କର୍ମଚାରୀ, ବ୍ୟବସାୟୀ, ପରିବହନ ମାଲିକ, ଶ୍ରମିକ ଦୋକାନୀ, ବ୍ୟାଙ୍କ, ବୀମା କର୍ମଚାରୀମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି। ଆଇ-ଏନ୍‌-ଟି-ୟୁ-ସି, ଏ-ଆଇ-ଟି-ୟୁ-ସି-, ଏଚ-ଏମ୍‌-ଏସ୍‌, ସି-ଆଇ-ଟି-ୟୁ-, ଏ-ଆଇ-ସି-ସି-ଟି-ୟୁ-, ଏ-ଆଇ-ୟୁ-ଟି-ୟୁ-ସି-, ସେୱା ତଥା ବୀମା ଓ ବ୍ୟାଙ୍କ କର୍ମଚାରୀଙ୍କ ତରଫରୁ ମୋଦୀ ସରକାରଙ୍କର ୪୪ଟି ଆଇ ପରିବର୍ତେ ୪ଟି ଲେବରକୋର୍ଡ଼, କୃଷକ ବିରୋଧି ଆଇନ, ଉପଭୋକ୍ତା ବିରୋଧି ଆଇନ, ତଥା ରେଲେୱେ, କୋଇଲା, ପ୍ରତିରକ୍ଷା ଶିଳ୍ପ, ବ୍ୟାଙ୍କ ତଥା କେନ୍ଦ୍ର ସରକାରୀ ଉଦ୍ୟୋଗ ଘରୋଇକରଣ ବିରୁଦ୍ଧରେ ତା- ୨୬-୧୧-୨୦୨୦ ରେ ଦିଆଯାଇଥିବା ଡାକରା ସଫଳ ହୋଇଛି ଏବଂ ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲାରେ ୩୦ଟି ଜିଲ୍ଲା ସମସ୍ତ ବୃହତ ଓ ମଧ୍ୟମ ଶିଳ୍ପ କଳକାରଖାନ ବନ୍ଦ ରହିଥିବା ସମୟରେ ଦୋକାନ ବଜାର, ରେଳ, ବସ, ଟ୍ରକ ଚଳାଚଳ ବନ୍ଦ ରହିଥିଲା। ସମଗ୍ର ଓଡ଼ିଶାରେ ବିପୁଳ ସମର୍ଥନ ମିଳୁଥିବାରୁ ସର୍ବଭାରତୀୟ ଧର୍ମଘଟ ଜନସାଧାରଣଙ୍କ ସମର୍ଥନରେ ଭାରତ ବନ୍ଦରେ ପରିଣତ ହୋଇଛି। ପୂର୍ବାହ୍ନ ୧୧ ଘଟିକା ସମୟରେ ଭୁବନେଶ୍ୱର ରାଜମହଲ ଛକରୁ ହଜାର ହଜାର ଶ୍ରମିକ କର୍ମଚାରୀ ଏକ ଶୋଭାଯାତ୍ରାରେ ପି-ଏମ୍‌-ଜି ଛକ ପର୍ଯ୍ୟନ୍ତ ଆସିଥିଲେ। ଏହି ଶୋଭଯାତ୍ରାରୋ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେସ କୁମାର ରାଉତରାୟ, ସି-ପିଆଇଏମର ନେତା ଅଳି କିଶୋର ପଟ୍ଟନାୟକ ପ୍ରମୁଖ ଶ୍ରମିକ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଏହି ଶୋଭାଯାତ୍ରା ଯୋଗ ଦେଇଥିଲେ। ପି-ଏମ-ଜି ଛକରେ ଶୋଭାଯାତ୍ରାକୁ ବେଆଇନ ଘୋଷଣା କରି ପୋଲିସ ସମସ୍ତ ନେତାମାନଙ୍କୁ ଗିରଫ କରିଥିଲା। ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ସଭାପତି-ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ସାଂସଦ, ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, କୋଷାଧ୍ୟକ୍ଷ – ଧରଣୀଧର ସ୍ୱାଇଁ, ଯୁଗ୍ମ ସମ୍ପାଦକ – ଅକ୍ଷୟ କୁମାର ତ୍ରପାଠୀ, ସିଲି ସେଠୀ, ସୁକୁମାର ଦେଓ, ବିଜୟ ଦ୍ୱିବେଦୀ, ଏ-ଆଇ-ଟି-ୟୂୁ-ସି ତରଫରୁ ରାମକୃଷ୍ଣ ପଣ୍ଡା ଏବଂ ବିଜୟ ଜେନା, ଏଚ-ଏମ୍‌-ଏସ୍‌-ରୁ ବରେନ୍ଦ୍ର ଦାସ, ସି-ଆଇ-ଟି-ୟୁରୁ ଅଳି କିଶୋର ପଟ୍ଟନାୟକ, ଦୁଷ୍ମନ୍ତ ଦାସ, ଏ-ଆଇ-ୟୁ-ଟି-ୟୁ-ସିରୁ ପୂର୍ଣ୍ଣଚନ୍ଦ୍ର ବେହେରା, ଏ-ଆଇ-ସି-ସି-ଟି-ୟୁ-ରୁ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ସେୱା ତରଫରୁ ପରିଲତା ମହାପାତ୍ର ସମେତ ୧୦୦୦ ରୁ ଅଧିକ ଶ୍ରମିକ କର୍ମଚାରୀ ଗିରଫ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.