Home Top News ଭାରତ ବନାମ ଇଲଣ୍ଡ : ସେପଟେ ଅପରାଜିତ ୯୬ ରେ ଠିଆ ହୋଇରହିଗଲେ ୱାଶିଂଟନ୍ ସୁନ୍ଦର,...

ଭାରତ ବନାମ ଇଲଣ୍ଡ : ସେପଟେ ଅପରାଜିତ ୯୬ ରେ ଠିଆ ହୋଇରହିଗଲେ ୱାଶିଂଟନ୍ ସୁନ୍ଦର, ଭାରତ ୩୬୫ ରେ ଅଲ୍‌ ଆଉଟ୍

129

ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ଭାରତ ବନାମ୍‌ ଇଲଣ୍ଡ ୪ ର୍ଥ ଟେଷ୍ଟ – ୱାଶିଂଟନ୍ ସୁନ୍ଦର ଅହମ୍ମଦାବାଦ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରୁଥିବାବେଳେ ନିଜର ପ୍ରଥମ ଶତକ ସ୍କୋର କରିବାରୁ ବଞ୍ଚିତ ହୋଇ ରହିଗଲେ ଆରପଟେ। ଜେମ୍ସ ଆଣ୍ଡରସନ୍, ବେନ୍ ଷ୍ଟୋକ୍ସ ଏବଂ ଜ୍ୟାକ୍ ଲିଚ୍‌ଙ୍କ ପରି ବୋଲରଙ୍କ ସମ୍ମୁଖୀନ ହୋଇଥିଲେ ୱାଶିଂଟନ୍ ସୁନ୍ଦର। ସୁନ୍ଦର ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକର ନିକଟତର ହୋଇଥିଲେ ମଧ୍ୟ ସେ ୯୬ ରେ ଅପରାଜିତ ରହିଥିଲେ। ଅନ୍ୟ ପଟେ କ୍ରମାଗତ ୱିକେଟ୍ ଯାଇଥିଲା ଏବଂ ଭାରତ ୩୬୫ ରନ୍ କରି ଅଲ୍‌ଆଉଟ୍‌ ହୋଇଛି। ଇଂଲଣ୍ଡଠାରୁ ଭାରତ ୧୬୦ ରନ୍ ଅଗ୍ରଣୀ ଅଛି।

ୱାଶିଂଟନ୍ ସୁନ୍ଦର ପଡ଼ିଆକୁ ଓହ୍ଲାଇବା ପରେ ଭାରତୀୟ ଦଳକୁ ଅସୁବିଧାରୁ ଉଠାଇଥିଲେ। ୧୪୪ ସ୍କୋରରେ ଭାରତ ୬ ଟି ୱିକେଟ୍ ହରାଇଥିଲା। ଏଥିରୁ ଜଣାପଡୁଥିଲା ଯେ, ଭାରତ ଇଂଲଣ୍ଡ ଦ୍ୱାରା ସ୍କୋର ହୋଇଥିବା ୨୦୫ ରନ୍‌ରେ ବି ପହଞ୍ଚି ପାରିବ ନାହିଁ। କିନ୍ତୁ ୱାଶିଂଟନ୍ ସୁନ୍ଦର ପ୍ରଥମେ ଋଷଭ ପନ୍ତଙ୍କ ସହ ୧୦୦ ରୁ ଅଧିକ ରନ୍‌ର ଭାଗୀଦାରୀ କରିଥିଲେ। ଏହା ପରେ ସୁନ୍ଦରଙ୍କୁ ଅକ୍ଷର ପଟେଲଙ୍କ ସମର୍ଥନ ମିଳିଥିଲା ଏବଂ ଇଂଲଣ୍ଡ ଉପରେ ଅଗ୍ରଣୀ ହାସଲ କରିବାରେ ଟିମ୍ ଇଣ୍ଡିଆ ସଫଳ ହୋଇପାରିଥିଲା।

ଏହାପୂର୍ବରୁ ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତ ସାତ ୱିକେଟ୍ ହରାଇ ୨୯୪ ସ୍କୋର କରିଥିଲା। ପନ୍ତ ଏବଂ ସୁନ୍ଦରଙ୍କ ଅଂଶଗ୍ରହଣ ପୂର୍ବରୁ ଭାରତ ମଧ୍ୟ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ୍ ହାସଲ କରିବାକୁ ସଂଘର୍ଷ କରୁଥିଲା, କିନ୍ତୁ ବର୍ତ୍ତମାନ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସ୍ପିନରଙ୍କ ପିଚ୍‌ରେ ୧୫୦ ରୁ ଅଧିକ ରନ୍‌ କୁ ନେଇ ଭାରତ ଦୃଢ଼ ସ୍ତରରେ ପହଞ୍ଚି ପାରିଛି।

ଆଜି ସକାଳେ ଭାରତ ନିଜର ତିନିଜଣ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୧୭), ଅଧିନାୟକ ବିରାଟ କୋହଲି (୦) ଏବଂ ଅଜିଙ୍କ୍ୟ ରାହାଣେ (୨୭) ଙ୍କ ୱିକେଟ୍ ହରାଇଥିବା ବେଳେ ରୋହିତ ଶର୍ମା (୪୯)କରି ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିଲେ। ପନ୍ତ ତାଙ୍କ ଇନିଂସରେ ୧୧୮ ବଲର ସମ୍ମୁଖୀନ ହୋଇଥିଲେ ଏବଂ ୧୩ ଚୌକା ଓ ଦୁଇଟି ଛକା ମାରି ୧୦୧ ରନ୍‌ ସଂଗ୍ରହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.