Home Top News ଭାରତ ଓ ବ୍ରାଜିଲ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ ଅଧିକ ମଜବୁତ୍ କରାଯିବ- ଧର୍ମେନ୍ଦ୍ର ପ୍ରଧାନ

ଭାରତ ଓ ବ୍ରାଜିଲ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ ଅଧିକ ମଜବୁତ୍ କରାଯିବ- ଧର୍ମେନ୍ଦ୍ର ପ୍ରଧାନ

60

ବ୍ରାଜିଲ୍ ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ

– ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ସଦୃଢ଼ କରିବା ନେଇ ବ୍ରାଜିଲ ଶିକ୍ଷା ମନ୍ତ୍ରୀଙ୍କ ସହମତି
– ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପର ହେବ ପୁନରୁଦ୍ଧାର
– ଉର୍ଜା ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବାରେ ଗବେଷଣାକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ
– ବାଲିରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଇଣ୍ଡୋନେସିଆର ପାରମ୍ପରିକ ଶୈଳିରେ ସ୍ୱାଗତ

ବାଲି, ଅଗଷ୍ଟ ୩୦ (ଓଡ଼ିଆ ପୁଅ) – ଜି-୨୦ ଶିକ୍ଷା ମନ୍ତ୍ରୀ ମାନଙ୍କ ବୈଠକ ପୂର୍ବରୁ ଆଜି ଇଣ୍ଡୋନେସିଆର ବାଲି ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭିକ୍ଟୋର ଗୋଡୋଏ ଓ୍ୱେଗାଇସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦୁଇ ଦେଶ ମଧ୍ୟରେ ଶିକ୍ଷା, ଉଦ୍ୟମିତା, ଗବେଷଣା ଓ ନବସୃଜନ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଜଏଣ୍ଟ ଓ୍ୱାର୍କିଂ ଗ୍ରୁପର ପୁନରୁଦ୍ଧାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି।

ଉର୍ଜା ସୁରକ୍ଷା, ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା, ପାରମ୍ପରିକ ଔଷଧ, ଯୋଗ, ଆୟୁର୍ବେଦ ଏବଂ ଡ଼ିଜଟାଲ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଗବେଷଣାକୁ ଅଧିକ ମଜବୁତ୍ କରିବା ଦିଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଉଭୟ ଦେଶର ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡ଼ିକୁ ଯୋଡ଼ାଗଲେ ଉଭୟ ରାଷ୍ଟ୍ର ଲାଭପ୍ରଦ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ବ୍ରାଜିଲର ଶିକ୍ଷା ମନ୍ତ୍ରୀ ଭାରତ ସହ ଶିକ୍ଷାନୁଷ୍ଠାନ ଏବଂ ଗବେଷଣାକୁ ଅଧିକ ସଦୃଢ଼ କରିବା ଦିଗରେ ଇଚ୍ଛାପ୍ରକାଶ କରିଛନ୍ତି। ଏହାସହ ଏଜୁକେସନ ଓ୍ୱାର୍କିଂ ଗ୍ରୁପର ଏଜେଣ୍ଡାରେ ଭାରତ ପ୍ରତି ବ୍ରାଜିଲର ସମର୍ଥନ ରହିଥିବା ସେ ସହମତି ପ୍ରକାଶ କରିଥିଲେ।

ଚାରିଦିନିଆ ଇଣ୍ଡୋନେସିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଆଜି ବାଲିରେ ପହଞ୍ଚିବା ପରେ ଇଣ୍ଡୋନେସିଆ ଶିକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଡ଼. ଇଓ୍ୱାନ ଶ୍ୟାରିଲ୍ ଇଣ୍ଡୋନେସିଆର ପାରମ୍ପରିକ ଶୈଳିରେ ତାଙ୍କୁ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.