Home ଜିଲ୍ଲା ପରିକ୍ରମା ଭାରତୀ ଯୁବ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ସମାଜ ସୁଧାରରେ ଯୁବପିଢି ମାଇଲ୍ ଖୁଣ୍ଟ ହେବା...

ଭାରତୀ ଯୁବ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ସମାଜ ସୁଧାରରେ ଯୁବପିଢି ମାଇଲ୍ ଖୁଣ୍ଟ ହେବା ଉଚିତ୍ – ସମାଜସେବୀ ରାମଚନ୍ଦ୍ର

15

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପାସ୍ଥିତ ଗୁଣ୍ଠୁଣିଆ ବଜାର ଠାରେ ଭାରତୀ ଯୁବ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପରିଷଦର ବରିଷ୍ଠ ଉପଦେଷ୍ଟା ବୁଲୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଶିଳ୍ପଦ୍ୟୋଗୀ ରାମଚନ୍ଦ୍ର ବେହେରା ଯୋଗଦେଇ ଉତ୍ସବର ଉଦ୍‌ଘାଟନ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଆଜିର ଅବକ୍ଷୟମୁଖୀ ସମାଜରେ ସମାଜସେବା ଓ ସାମାଜିକ ଚେତନା କ୍ରମଶଃ ଲୋକଙ୍କ ଭିତରୁ ଦୂରେଇ ଯାଉଥିବାବେଳେ ଏଭଳି ଏକ ସାମାଜିକ ଆନ୍ଦୋଳନରେ ଯୁବକମାନେ ସାମିଲ ହୋଇ କାର୍ଯ୍ୟ କଲେ ତାହା ସମାଜ ସୁଧାରରେ ଏକ ମାଇଲ୍ ଖୁଣ୍ଟ ହେବ ବୋଲି ଆହ୍ୱାନ ଦେଇଥିଲେ । ଏଥିରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ଡାକ୍ତର ହରେକୃଷ୍ଣ ନାୟକ, ଆଇନ୍‌ଜୀବୀ ଅଶୋକ ନାୟକ ଓ ସୁରେନ୍ଦ୍ର କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଯୁବ ପରିଷଦର କାର୍ଯ୍ୟ ଓ କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଯୁବ ପରିଷଦ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ବେହେରାଙ୍କୁ ତାଙ୍କର ତ୍ୟାଗପୂତ ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ ଚରମ୍ପା ଅଂଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ଓ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଯୁବ ପରିଷଦର ସଭାପତି ପରେଶ ନାୟକ, ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.