Home ଓଡ଼ିଶା ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଂଟରୁ ୫ ଲକ୍ଷ ଟଙ୍କା ଦୁର୍ବୁତ ଉଠାଇନେଇଥିବା ଟଙ୍କା ଜମାକାରୀଙ୍କୁ ବ୍ୟାଙ୍କ...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଂଟରୁ ୫ ଲକ୍ଷ ଟଙ୍କା ଦୁର୍ବୁତ ଉଠାଇନେଇଥିବା ଟଙ୍କା ଜମାକାରୀଙ୍କୁ ବ୍ୟାଙ୍କ ଫେରାଇଲା

482

ଜଗତସିଂହପୁର, ତା୨୨/୧(ଓଡିଆ ପୁଅ / ନୃସିଂହ ଚରଣ ବାରିକ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଂଟରୁ ୫ ଲକ୍ଷ ଟଙ୍କା ଦୁର୍ବୁତ ଉଠାଇନେଇଥିବା ଟଙ୍କାକୁ କୋର୍ଟ ନିର୍ଦେଶରେ ଜମାକାରୀଙ୍କୁ ଆକାଉଂଟରେ ବ୍ୟାଙ୍କ କର୍ତୁପକ୍ଷ ଫେରାଇଲେ। ଘଟଣା ପ୍ରକାଶ, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଥିବା ଘଟଣାରୁ ପ୍ରକାଶ କଟକ ଜିଲ୍ଲା ଅନ୍ତର୍ଗତ ବୋଦର ଗ୍ରାମର ସୋମନାଥ ସେଠୀଙ୍କ ଝିଅ ମଧୁସ୍ମିତା ସେଠୀ ସୋମପୁରରେ ଥିବା ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାଳୟରେ ଆସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତାଙ୍କର ରଘୁନାଥପୁର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରେ ଥିବା ସେଭିଙ୍ଗ ଆକାଉଂଟ ନଂ-୩୦୯୨୭୭୬୮୨୩୯ ରେ ୫ ଲକ୍ଷ ୧୩ ହଜାର ୬ଶହ ୧୪ ଟଙ୍କା ଜମା ରଖିଥିଲେ। ଗତ ଅଗଷ୍ଟ ୧୨ ତାରିଖ ଦିନ ମଧୁସ୍ମିତା ସେଠୀ ତାଙ୍କ ଆକାଉଂଟରୁ ୫୦୦ ଟଙ୍କା ଉଠାଇଥିଲେ। ୫୦୦ ଟଙ୍କା ଉଠାଇବା ପରେ ତାଙ୍କ ଆକାଉଂଟରେ ଆଉ ୧୩ ହଜାର ୫୦୦ ଟଙ୍କା ରହିଲା ବୋଲି ମେସେଜ ଆସିଥିଲା। ଏହି ମେସେଜ ପଢି ମଧୁସ୍ମିତା ସଙ୍ଗେ ସଙ୍ଗେ ରଘୁନାଥପୁରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସି ତାଙ୍କର ପାସବୁକ ଟିକୁ ଅପଟୁଡେଟ କରିଥିଲେ। ପାସବୁକ ଅପଟୁଡେଟ କରିବା ପରେ ମଧୁସ୍ମିତାଙ୍କ ଆକାଉଂଟରୁ ୨୦୧୯ ମସିହା ଜୁନ ମାସ ୭ ତାରିଖରୁ ୨୦୧୯ ଅଗଷ୍ଟ ମାସ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତି ଥର ୧୦ ହଜାର ଟଙ୍କା କରି ତାଙ୍କ ଆକାଉଂଟରୁ ୫୦ ଥରରେ ୫ଲକ୍ଷ ଟଙ୍କା ଚଂଚକତା କରି ଉଠାଇ ନିଆଯାଇଛି।

ଏହି ଟଙ୍କା କୈାଣସି ଗ୍ରାମ୍ୟ ମିନି ବ୍ୟାଙ୍କ କିମ୍ବା କିଉସ୍କି କେନ୍ଦ୍ରରୁ ମଧୁସ୍ମିତାଙ୍କ ଅଜାଣତରେ ତାଙ୍କର ଟିପ ଓ ଆଧାର କାର୍ଡ ବଳରେ ଥରକୁ ୧୦ ହଜାର କରି ୫୦ ଥରରେ ୫ ଲକ୍ଷ ଟଙ୍କା ତାଙ୍କ ଆକାଉଂଟରୁ ଉଠାଇ ନିଆଯାଇ ଅଛି। ଗ୍ରାମ୍ୟ ମିନି ବ୍ୟାଙ୍କରେ ଏକାଥରେ ୫ ଲକ୍ଷ ଟଙ୍କା ଉଠା ଯାଇ ପାରିବ ନାହିଁ। ସେଥିପାଇଁ ଉକ୍ତ ଦୁର୍ବୁତ ଦିନକୁ ୧୦ ହଜାର ଟଙ୍କା କରି ୫୦ ଦିନରେ ୫ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଏଠାରେ ପ୍ରଶ୍ନ ଉଠେ ଜମା ଖାତା ଥିନା ମଧୁସ୍ମିତାଙ୍କ ବିନା ଟିପ ଚିହ୍ନ, ବିନା ଆଧାରରେ କିଭଳି ୫୦ ଥର ରେ ୫ ଲକ୍ଷ ଟଙ୍କା ଦୁର୍ବୁତ ଉଠାଇ ନେଲେ। ଜୁନ ମାସ ୭ ତାରିଖରେ ପ୍ରଥମେ ଉଠାଇ ନେଇଥିବା ୧୦ ହଜାର ଟଙ୍କା ଏବଂ ୫୦ ଥରରେ ୫୦ ଦିନରେ ଉଠାଇନେଇଥିବା ୫ ଲକ୍ଷ ଟଙ୍କାର ଗୋଟିଉ ହେଲେ ମେସେଜ ମଧୁସ୍ମିତାଙ୍କ ଟେଲିଫୋନକୁ ଆସିଲା ନାହିଁ କିପରି ? ମଧୁସ୍ମିତା ଏ ସମ୍ପର୍କରେ ସାଇବର ଏସପି କଟକ ପୋଲିସ ଡିଜି, ଜଗତସିଂହପୁର ଏସ.ପି, କଟକ କ୍ରାଇମବାଚଂ ରେ ଅଭିଯୋଗ କରିଥିଲେ। ସେମାନେ କୌଣସି ପଦକ୍ଷେପ ନନେବାରୁ ମଧୁସ୍ମିତା ଜଗତସିଂହପୁର ଜିଲ୍ଲା ଖାଉଟି ଅଦାଲତରେ କେସ ନଂ-୯୮/୨୦୧୯ ମାମଲା ଡାଏରୀ କରିଥିଲେ। ମାନ୍ୟବର ଅଦାଲତ ଏହି ମାମାଲାକୁ ବିଚାର କରି ୪୫ଦିନ ମଧ୍ୟରେ ତାଙ୍କ ଜମା୫ଲକ୍ଷ ଟଙ୍କା ସହିତ ୧୨% ସୁଧ କୋର୍ଟ ଫିସ୍ ସହ ୧୫ଦିନ ମଧ୍ୟରେ ୫ଲକ୍ଷ ୯୦ ହଜାର ଟଙ୍କା ଜମାକାରୀଙ୍କ ଖାତାରେ ଜମାକରିବାକୁ ବ୍ୟାଙ୍କ କର୍ତୁ ପକ୍ଷଙ୍କୁ ନିଦେର୍ଶ ଦେଇଥିଲେ। ଏହି ନିଦେର୍ଶ ପାଇବାପରେ ବ୍ୟାଙ୍କ ତାଙ୍କ ଆକାଉଂଟରେ ଗତକାଲି ଜମା କରିଥିଲେ।। ଏସମ୍ପର୍କରେ ରଘୁନାଥପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଜ୍ଞାନ ରଞନ ବଳଙ୍କୁ ଆମ ପ୍ରତିନିଧି ପଚାରିବାରୂ ସେ କହିଲେ ଯେ କୋର୍ଟ ନିଦେର୍ଶରେ ବ୍ୟାଙ୍କ ତାଙ୍କୁ ତାଙ୍କ ଫେରାଇଛି। ଏଥିରେ ସଂପୃକ୍ତ ଥିବା ଅପରାଧି ମାନଙ୍କୁ ଚିହ୍ନଟ କରାଯାଇ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.