Home ଜିଲ୍ଲା ପରିକ୍ରମା ଭାରତୀୟ ମଜଦୁର ସଂଘର ୭୦ତମ ପ୍ରତିଷ୍ଠା ଦିବସ, ବିଏମ୍‌ଏସ୍ ଏକ ସଂଘ ନୁହେଁ, ଏକ ଆନ୍ଦୋଳନ

ଭାରତୀୟ ମଜଦୁର ସଂଘର ୭୦ତମ ପ୍ରତିଷ୍ଠା ଦିବସ, ବିଏମ୍‌ଏସ୍ ଏକ ସଂଘ ନୁହେଁ, ଏକ ଆନ୍ଦୋଳନ

7

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘର ସ୍ଥାପନା ହେବାର ମୂଳ ଲକ୍ଷ୍ୟ ଶ୍ରମିକମାନଙ୍କ ହିତ ସାଧନ । ତ୍ୟାଗ, ତପସ୍ୟା ଓ ବଳିଦାନର ମୂଳମନ୍ତ୍ରରେ ଦୀକ୍ଷିତ ଏହି ସଂଘର ପ୍ରତ୍ୟେକଟି ସଦସ୍ୟସଦସ୍ୟା ଏକ ହୋଇ ଗରିବ, ମଜଦୁରର ହକ୍ ପାଇଁ ଲଢ଼େଇ କରି ଆସିଛି ଏବଂ ଆଗାମୀ ଦିନରେ ମଧ୍ୟ କରି ଚାଲିଥିବ । ବିନା ଆନ୍ଦୋଳନରେ ଏହି ସଂଗଠନ ସହ ଅନୁବନ୍ଧିତ କୌଣସି ବି ଏକ ସଂଗଠନ ତାହାର ହକ୍ ପାଇନାହିଁ । ୧୨୫ ଟଙ୍କାରୁ କାର୍ଯ୍ୟ ଆରମ୍ଭ କରିଥିବା ଅଙ୍ଗନୱାଡି କର୍ମୀ ଆଜି ୧୨ ହଜାର ପାରିଶ୍ରମିକ ପାଉଛନ୍ତି । ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ । ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ସେମାନଙ୍କ ସାମାଜିକ ସୁରକ୍ଷା, ଆଶାକର୍ମୀ, ପାଚିକା, ସହାୟିକା ଭଳି ସବୁ କ୍ଷେତ୍ରରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ଇଏସ୍‌ଆଇ, ଇପିଏଫ୍ ପରିସରଭୁକ୍ତ କରି ଚାକିରି ସର୍ତାବଳୀ ଲାଗୁ କରିବାକୁ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରତ । ଦେଶର ସର୍ବ ବୃହତ୍ ଶ୍ରମିକ ସଂଗଠନ ଭାବେ ଭାରତୀୟ ମଜଦୁର ସଂଘ ପରିଗଣିତ ହେଉଥିବା ବେଳେ ଏହି ସଂଘ ରାଜ୍ୟର ସବୁ କ୍ଷେତ୍ରରେ ଅବହେଳିତ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସଂଗ୍ରାମ ଜାରି ରଖିଛି ବୋଲି ଭାରତୀୟ ମଜଦୁର ସଂଘର ୭୦ତମ ପ୍ରତିଷ୍ଠା ଦିବସରେ ସଂଘ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉତ୍ସବକୁ ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ରାଜ୍ୟ ଉପସଭାପତି ଶାନ୍ତନୁ କୁମାର ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବସନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଉପସଭାପତି ବିଜୟ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ବିଶ୍ୱକର୍ମା ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମୁକ୍ତିକାନ୍ତ ସାହୁ, ଆଶାକର୍ମୀ ସଂଘ ଜିଲ୍ଲା ସମ୍ପାଦିକା ସଞ୍ଜୁଲତା ରାଉତ, ଭାରତୀୟ ମଜଦୁର ସଂଘ ଜିଲ୍ଲ ଉପସଭାପତି ବସନ୍ତ କୁମାର ରାଉତ, ବିଏମ୍‌ଏସ୍ ଜିଲ୍ଲା ସମ୍ପାଦକ ପରେଶ ନାଥ ଧଳ, ଅଲ୍ ଓଡ଼ିଶା ଅଙ୍ଗନୱାଡି ଷଲଡିଜ ୱାର୍କର୍ସ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ଜେନା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସେବାନିବୃତ ଧାମନଗର ବ୍ଳକ ତାଳପଦା-୧ ଅଙ୍ଗନୱାଡି କର୍ମୀ ଜାନକୀ ଦାସଙ୍କୁ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଫାର୍ମାସିଷ୍ଟ ଅଶ୍ୱିନୀ ପାଢୀ ଏବଂ ସାମ୍ବାଦିକ ତପନ କୁମାର ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସଂଘ ପକ୍ଷରୁ ଆଗାମୀ ଦିନରେ ସଂଘ ସହ ଅନୁବନ୍ଧିତ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୁଲ୍ୟରେ ଅଗଷ୍ଟ ମାସରେ ରକ୍ତଦାନ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଲ୍‌ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ, ଧାମରା ବନ୍ଦର କର୍ମଚାରୀ ସଂଘ, ଜିଲ୍ଳା ଆଶାକର୍ମୀ ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଭଦ୍ରକ ଜିଲ୍ଲା ବ୍ୟବସାୟୀ ମଜଦୁର ସଂଘ, ଭଦ୍ରକ ଜିଲ୍ଲା ଅଟୋ ଚାଳକ ସଂଘ, ଧାମରା ଟ୍ରକ ଚାଳକ ସଂଘ, ଧାମରା ପୋର୍ଟ ଇଂଜିନିୟର୍ସ ଆଣ୍ଡ ଆମ୍ପେ୍ଲାଇଜ୍ ଆସୋସିଏସନ, ପାଚିକା ସହାୟିକା ମଜଦୁର ସଂଘ, ସ୍ୱାବଲମ୍ବୀ କାରିଗର ସଂଘ ଭଳି ବିଭିନ୍ନ ସଂଗଠନରୁ ମନୋଜ ଲେଙ୍କା, ସୌମ୍ୟରଞ୍ଜନ ଦାସ, ଚନ୍ଦ୍ରଶେଖର ଜେନା, ଶୁଭେନ୍ଦୁ ନାୟକ, ଅରୁଣ ଦାସ, ଶଶିକାନ୍ତ ସାହୁ, ଅମୂଲ୍ୟ ଭୋଇ, ବିଭୁତି ପାଣିଗ୍ରାହୀ, ନାରାୟଣ ପାଣିଗ୍ରାହୀ, ଅଶୋକ ନାୟକ, ବିଶ୍ୱନାଥ ଜେନା, କମଳାକାନ୍ତ ସାହୁ, ବିପ୍ରଚରଣ ସେଠୀ, ଲକ୍ଷ୍ମୀପ୍ରିୟା ରାଉତ, ଅନିତା ସେନାପତି, ରୀନାରାଣୀ ସାହୁ, ଅନ୍ନପୂର୍ଣ୍ଣ ବିଶ୍ୱାଳ, ରଞ୍ଜିତା ମହାନ୍ତି, ମିନତୀ ବାରିକ, ଆରତୀ ପଣ୍ଡା, ସୋଫିକା ସେରାୱତ, ବସନ୍ତ ସାହୁ, ରୁବି ଦାସ ପ୍ରମୁଖ ଶତାଧିକ ସଦସ୍ୟସଦସ୍ୟା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.