Home ଜିଲ୍ଲା ପରିକ୍ରମା ଭାରତୀୟ ନାରୀ ଆଦର୍ଶର ପ୍ରତୀକ ମା’ ରମାଦେବୀ

ଭାରତୀୟ ନାରୀ ଆଦର୍ଶର ପ୍ରତୀକ ମା’ ରମାଦେବୀ

24

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବାଳାଶ୍ରମ ସଭାଗୃହରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ମା’ରମାଦେବୀଙ୍କର ୪୦ତମ ଶ୍ରାଦ୍ଧୋତ୍ସବ। ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ ମୋହନ ପାଢ଼ୀ। ଉତ୍ସବର ମୁଖ୍ୟ ଅତିଥି ତ୍ୟାଗ ଭୂମିର ସଭାପତି ଅଜୟ ନାୟକ ମା’ ରମାଦେବୀଙ୍କ ଜୀବନାଦର୍ଶକୁ ଏକ ‘ସ୍ୱୟଂ ଗଠିତ ଶିକ୍ଷା ମନ୍ଦିର’ ବୋଲି କହିଥିବା ବେଳେ ତାଙ୍କୁ ଭାରତୀୟ ନାରୀ ଆଦର୍ଶର ପ୍ରତୀକ ବୋଲି ଅଭିହିତ କରିଥିଲେ ମୁଖ୍ୟବକ୍ତା ସ୍ତମ୍ଭକାର ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ସମ୍ମାନନୀୟ ଅତିଥି ଭାବରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲଲାଟେନ୍ଦୁ ମହାନ୍ତି, କୈଳାଶ ମହାପାତ୍ର, ଶାନ୍ତନୁ କୁମାର ରାଉତ, ବିଦ୍ୟାଧର ବାରିକ, କାଲାମ ଖାନ, ବିଶାଲ ଲଖାନି, ସୁଧାକର ରାଉତ ମା’ରମାଦେବୀଙ୍କ ତ୍ୟାଗ, ସଂଗ୍ରାମ ଓ ସାଧନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଏଥିରେ ଅନୁପ୍ରାଣିତ ହେବା ବାଳାଶ୍ରମର ଅନ୍ତେବାସୀଙ୍କୁ ପରାମର୍ଶ ଦେଇଥିଲେ ଶାନ୍ତି ପ୍ରତିଷ୍ଠାନ ସମ୍ପାଦକ ଆଇନଜୀବୀ ପବନ ଶର୍ମା। ସ୍ୱାଗତ ଭାଷଣ ଦେବା ଅବସରରେ ଗାନ୍ଧୀ ବାଳାଶ୍ରମକୁ ମା ରମାଦେବୀଙ୍କ ଆଗମନ ବେଳର ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ। ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ଲକ୍ଷ୍ମୀକାନ୍ତ ବାରିକ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.