Home Top News ଭାରତରେ LPG ମୂଲ୍ୟ ବିଶ୍ୱରେ ‘ସର୍ବୋଚ୍ଚ’ ! ପଟ୍ରୋଲ ଦର ତୃତୀୟ ଏବଂ ଡିଜେଲ ଅଷ୍ଟମ...

ଭାରତରେ LPG ମୂଲ୍ୟ ବିଶ୍ୱରେ ‘ସର୍ବୋଚ୍ଚ’ ! ପଟ୍ରୋଲ ଦର ତୃତୀୟ ଏବଂ ଡିଜେଲ ଅଷ୍ଟମ ସର୍ବୋଚ୍ଚ – ରିପୋର୍ଟ, ଜାଣନ୍ତୁ ଗଣିତ, କେତେ କଷ୍ଟରେ ଲୋକେ

52

ନୂଆ ଦିଲ୍ଲୀ ୮-୪ (ଓଡ଼ିଆ ପୁଅ) ଏକ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତରେ LPGର ମୂଲ୍ୟ ବିଶ୍ୱରେ ‘ସର୍ବୋଚ୍ଚ’ ପଟ୍ରୋଲ ଦର ତୃତୀୟ ଏବଂ ଡିଜେଲ ଅଷ୍ଟମ ସର୍ବୋଚ୍ଚ। ଏହା ପଛରେ ଏକ ଗଣିତ ଦର୍ଶାଯାଇଛି। ପ୍ରଥମେ ଆମକୁ ସେହି ଗଣିତକୁ ବୁଝିବାକୁ ପଡ଼ିବ।

ଏହା ପୂର୍ବରୁ ସୂଚନା ଦିଆଯାଇପାରେଯେ, ଲୋକସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରକାଶ କରିଥିଲେଯେ, ବିଶ୍ୱରେ ୫୦ % ତୈଳ ଦର ବୃଦ୍ଧି ପାଇଥିବା ବେଳେ ଦେଶରେ କେବଳ ୫ % ବୃଦ୍ଧି ପାଇଛି। ଯାହାକି ଅନ୍ୟ ଏକ ଗଣିତ। ଏହା କେବଳ ଲୋକଙ୍କ ଆଗରେ ଉପସ୍ଥାପନ କରି ଭ୍ରମିତ କରିବା ପାଇଁ ହୋଇଥାଇପାରେ। ପ୍ରଥମତଃ ଦେଶରେ ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଦରରେ ୧୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଏହା କଦାପି ୫% ବୃଦ୍ଧି ବୋଲି କୁହାଯାଉଥିବା ଗଣିତ ସମ୍ପୂର୍ଣ୍ଣ ଭୂଲ ଅଟେ। କାରଣ ଦରବୃଦ୍ଧି ୧୦ ଟଙ୍କା ପୂର୍ବ ପେଟ୍ରୋଲ ଦରର ୫% ହୋଇପାରେନା ଏହା ପ୍ରାୟ ୧୦ ପ୍ରତିଶତ।

ତେବେ ନିକଟରେ ପ୍ରକାଶିତ ଏକ ବିଶ୍ଲେଷଣ ଅନୁଯାୟୀ, ଭାରତରେ ଲୋକଙ୍କ ଅବସ୍ଥା ଏବେ ଅଧିକ ଦୟନୀୟ ହୋଇଯାଇଛି। ଏହାର ମୁଖ୍ୟ କାରଣ ହେଉଛି ଦର ବୃଦ୍ଧି। ବିଶେଷ କରି ପେଟ୍ରୋଲ ଏବଂ ଡିଜେଲ ସହିତ ରୋଷେଇ ଗ୍ୟାସର ଦର ବୃଦ୍ଧି। ପ୍ରକାଶିତ ରିପୋର୍ଟକୁ ବିଶ୍ଲେଷଣ କଲେ ଏହା ଦର୍ଶାଏଯେ, ଅତ୍ୟଧିତ କଷ୍ଟ ସହି ଲୋକମାନେ LPG କିମ୍ବା ପେଟ୍ରୋଲ କିଣୁଛନ୍ତି। ଆସନ୍ତୁ ଜାଣିବା କିପରି। ଏଥିପାଇଁ ଆମକୁ ଲୋକମାନଙ୍କର ଘରୋଇ ବଜାରରେ ମୁଦ୍ରା କ୍ରୟ କ୍ଷମତା ବିଷୟରେ (PPP ଅର୍ଥାତ୍ Purchasing Power of currency ) ବୁଝିବା ଆବଶ୍ୟକ। ଏହାକୁ ବୁଝିବା ପାଇଁ ଗୋଟିଏ ଗଣିତ କଷିବାକୁ ପଡ଼ିବ। ତେବେ ଜାଣନ୍ତୁ

ଭାରତରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୨୦ ଟଙ୍କା କିମ୍ବା ୧.୫୮ ଡଲାର (ବିନିମୟ ମୂଲ୍ୟରେ ୭୫.୮୪ ଟଙ୍କା ହିସାବରେ)

ଯୁକ୍ତରାଷ୍ଟ୍ର ଆମେରିକାରେ ମାର୍ଚ୍ଚରେ ଏକ କିଲୋ ଆଳୁର ହାରାହାରି ମୂଲ୍ୟ $ ୧.୯୪ ଥିଲା। ଅର୍ଥାତ୍ ଆପଣ ଏହି ମୂଲ୍ୟକୁ ବିନିମୟ ମୂଲ୍ୟରେ ରୂପାନ୍ତରିତ କଲେ ୧୪୭ ଟଙ୍କା।

ଏତିକି ଟଙ୍କାରେ, ମାର୍ଚ୍ଚ ମାସରେ ଭାରତରେ ୭ କିଲୋଗ୍ରାମରୁ ଅଧିକ ଆଳୁ କିଣିପାରିଥାନ୍ତା। ଏହାର ଅର୍ଥ ହେଉଛି ଭାରତରେ ଜଣେ ଆଳୁ ଚାଷି ୭ କିଲୋରୁ ଅଧିକ ଆଳୁ ଥୁଦୁରା ବଜାରରେ ବିକ୍ରି କରି ୧୪୭ ଟଙ୍କା ପାଇପାରିବ। କିନ୍ତୁ ସେହି ଆଳୁର ମୂଲ୍ୟ ଆମେରିକାରେ ହେବ ୧୩.୫୮ ଡଲାର ହୋଇଥାନ୍ତା ଏବଂ ସେ ସହି ଆମେରିକାରୁ ଯଥେଷ୍ଟ ଅଧିକ ପରିମାଣରେ ପେଟ୍ରୋଲ କିଣିପାରିଥାନ୍ତା।

ଅପର ପକ୍ଷରେ ଏହି ଗଣିତ ଅନୁସାରେ ଭାରତରେ ଏକ ଲିଟର ପେଟ୍ରୋଲ କିଣିବାକୁ ଗଲେ ଆମକୁ ୬ କିଲୋ ପାଖାପାଖି ଆଳୁ ବିନିମୟ କରିବାକୁ ପଡ଼ିବ। ସେହି ଗଣିତ ଅନୁପାତରେ ଭାରତର ପେଟ୍ରୋଲର ମୂଲ୍ୟକୁ ଆନ୍ତର୍ଜାତୀୟ ଡଲାରରେ ରୂପାନ୍ତର କରି ଭାରତରେ ପେଟ୍ରୋଲର ତୁଳନାତ୍ମକ ମୂଲ୍ୟ ଲିଟର ପିଛା ୫.୨ ଆନ୍ତର୍ଜାତୀୟ ଡଲାର ହେଉଛି। ଯାହାକି ସେହି ଅନୁପାତରେ ସୁଦାନରେ $ ୮ ଏବଂ ଲାଓସରେ $ ୫.୬ ଏହା ପରେ ବିଶ୍ୱରେ ଭାରତରେ ତୃତୀୟ ସର୍ବାଧିକ।

ସେହି ଗଣିତ ଅନୁଯାୟୀ, ଏଲପିଜି ପାଇଁ ଭାରତରେ ଲିଟର ପ୍ରତି ମୂଲ୍ୟ ସାଢ଼େ ତିନି ଡଲାର ଅଟେ ଯାହାକି ବିଶ୍ୱର ସର୍ବୋଚ୍ଚ ମୂଲ୍ୟ। ଭାରତ ପରେ ତୁର୍କୀ, ଫିଜି, ମାଲଡୋଭା ଏବଂ ୟୁକ୍ରେନରେ ଦର ସର୍ବାଧିକ। ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ, କାନାଡା ଏବଂ ବ୍ରିଟେନରେ।PG ର ମୂଲ୍ୟ ଲିଟର ପିଛା ପ୍ରାୟ ଏକ ଡଲାର ରହିଛି।

ଗଣିତର ଏହି ଅନୁପାତରେ ଭାରତରେ ଡିଜେଲର ମୂଲ୍ୟମଧ୍ୟ ଅଷ୍ଟମ ସର୍ବାଧିକ। ଯାହାକି ୪.୬ ଜଲାର ଅଟେ।

ଏଠାରେ ସୂଚନା ଦିଆଯାଇପାରେଯେ, ଲୋକମାନଙ୍କର ଘରୋଇ ବଜାରରେ ମୁଦ୍ରା କ୍ରୟ କ୍ଷମତା ଉପରେ ଏହି ହିସାବ ପର୍ଯ୍ୟବେଶିତ।

ତେଣୁ ଜଣେ ଆଳୁଚାଷୀ ହେଉ କିମ୍ବା ଅନ୍ୟ କୌଣସି ଚାଷୀ ହେଉ କିମ୍ବା ସାଧାରଣ ଲୋକ ହେଉ ତା’ର କ୍ରୟ କ୍ଷମତା ବଜାରରେ ଥିବା ଅନ୍ୟ ଦର ଅନୁଯାୟୀ, ପେଟ୍ରୋଲ ଏବଂ ଏଲପିଜିର ମୂଲ୍ୟ ଯଥେଷ୍ଟ ଅଧିକ।

ଏହି ପ୍ରସଙ୍ଗକୁ ନେଇ ବିରୋଧି ଦଳ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଟ୍ୱିଟ କରି କେନ୍ଦ୍ର ସରକାରଙ୍କ ଉପରେ ରାଜନୈତିକ ଆକ୍ରମଣ କରିଛନ୍ତି। ସେ ଉକ୍ତ ରିପୋର୍ଟ ଆଧାରରେ ପ୍ରକାଶ କରିଛନ୍ତିଯେ,

ହାରାହାରି ଦୈନିକ ଆୟର

ପେଟ୍ରୋଲ ଉପରେ ୨୩.୫%,

ଡିଜେଲ ଉପରେ ୨୦.୯%,

ଘରୋଇ ଗ୍ୟାସ ଉପରେ ୧୫.୬%

ଖର୍ଚ୍ଚ କରିବାକୁ ପଡ଼ୁଛି।

ଏତଦ୍ ବ୍ୟତୀତ ଦର ବୃଦ୍ଧି ଦିନକୁ ଦିନ ଆମକୁ ଅସହ୍ୟ କଲାଣି

୨୦୧୪ ତୁଳନାରେ

ପେଟ୍ରୋଲରେ ଟ୍ୟାକ୍ସ ୫୩୧% ଏବଂ ଡିଜେଲରେ ୨୦୩% ବୃଦ୍ଧି କରାଯାଇଛି।

କେବଳ ପେଟ୍ରୋଲ / ଡିଜେଲରେ ୨୬, ୫୧, ୦୦୦ କୋଟି ଟଙ୍କା ସରକାର ଲାଭ ହାସଲ କରିଛନ୍ତି।

ଏହା ସତ୍ତ୍ୱେ ପ୍ରତିଦିନ ଜନସାଧାରଣଙ୍କ ଲୋକଙ୍କ ପକେଟ ମାରିବାକୁ ଅନେଇ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.