Home ଜିଲ୍ଲା ପରିକ୍ରମା ଭାବଗ୍ରାହୀ ପାଠାଗାରର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

ଭାବଗ୍ରାହୀ ପାଠାଗାରର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

6

ଭଦ୍ରକ, ୨୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇପାସ୍ ସନ୍ନିକଟ ସୁକୁମାରୀ ଭବନ ପରିସରରେ କନିକା ପ୍ରଜା ଭାବଗ୍ରାହୀ ପାଠାଗାର ଆନୁକୁଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଭଦ୍ରକର ବିଶିଷ୍ଟ କଥାକାର, ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରି ଭାରତ ବର୍ଷରେ ସମ୍ବିଧାନ ଓ ମୁକ୍ତି ସଙ୍ଗ୍ରାମର ଗାରିମା ଓ ଗୈାରବମୟ ଗାଥାକୁ ସ୍ମରଣ କରିଥିଲେ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପରେ ପାଠାଗାରର ବରିଷ୍ଠ ସଭ୍ୟ ତଥା ଆଇନଜୀବୀ ଅଗଣୀ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସ୍ୱାଧିନ ଭାରତର ଅର୍ଥନୈତିକ ଅବସ୍ଥା, ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ସୃଷ୍ଟି ହୋଇଥିବା ବିପଦ ସଙ୍କ୍ରାନ୍ତରେ ଉପସ୍ଥିତ ଥିବା ବୁଦ୍ଧିଜୀବୀମାନେ ଆଲୋଚନା କରି ମତ ପ୍ରକାଶ କରିଥିଲେକି ଯେ, ସରକାରଙ୍କ ଭୁଲ୍ ନୀତି ଯୋଗୁଁ ଦେଶରେ ଗରିବୀ ବଢିଛି। ବେକାରୀ ଯୁବକ ଜୀବିକା ନପାଇ ନଷ୍ଟ ରାସ୍ତାରେ ଗତି କରୁଛି। ପୁଞ୍ଜିପତି ମାନଙ୍କ ସମ୍ଫତି ଶହ ଶହ ଗୁଣ ବଢିଚାଲିଛି ସତ ଖଟିଖିଆ କୃଷକ ଶ୍ରମିକ ମଜଦୂର ମାନଙ୍କର ଅବସ୍ଥା ରସାତଳ ଗାମୀ ହୋଇଛି। ତେଣୁ ଏହି ସାଧାରଣ ତନ୍ତ୍ର ଦିବସରେ ସରକାର ସଚେତନ ହୋଇ ଜନଗଣଙ୍କ ମଙ୍ଗଳ ପାଇଁ ନୀତି ଗ୍ରହଣ କରିବା ଆବଶ୍ୟକ। ନହେଲେ ସମୟ ଆସିବ ଜନଗଣ ସରକାରର ପତନ ଆଣିବେ।ଏହି ସଭାରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ବରେଣ୍ୟ ଅତିଥି ଡକ୍ଟର କ୍ଷୀରୋଦ ସାମଲ୍‌, ସମ୍ମାନନୀୟ ଅତିଥି ସଙ୍ଗ୍ରାମ କିଶୋର ମହାନ୍ତି ଡକ୍ଟର ପ୍ରଫୁଲ୍ଲ ସାହୁ ପ୍ରାଧ୍ୟାପକ ସୁକାନ୍ତି ମହାପାତ୍ର ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଯୁବ ଆଇନଜୀବୀ ବିନୋଦ ସାହୁ, ଭଦ୍ରକ ଓକିଲ ସଂଘର ଉପସଭାପତି ଅଶୋକ ନାୟକ, ତିହିଡି ମହାବାଦ୍ୟାଳୟର ଅଧ୍ୟାପିକା ଉଷା ଜେନା, ପାଠାଗାରର କୋଷାଧ୍ୟକ୍ଷ ଚିତ୍ରଭାନୁ ଦାସ ଓ ବୈକୁଣ୍ଠନାଥ ଓଝା ଆଦି ସାଧାରଣତନ୍ତ୍ର ଦିବସ ସଙ୍କ୍ରାନ୍ତରେ ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଡଭୋକେଟ୍ ବିଜନ କୁମାର ଜେନା,ସୋମଭ୍ ଦେ, କ୍ଷେତ ମଜଦୂର ୟୁନିଅନର ନେତା ପ୍ରଫୁଲ୍ଲ ପାଢ଼ୀ, ଅଧିବକ୍ତା ଅପସରା ବେଗମ,ପ୍ରୀୟଦର୍ଶନୀ ସାହୁ,ଅତୟେବ ମହମ୍ମଦ,ବିଜୟ ରାଉତ, ଆଇନଜୀବୀ ଲକ୍ଷ୍ମଣ କର,ଆବୁବକର ସିଦ୍ଦିକି, ଲକ୍ଷ୍ମୀପ୍ରିୟା ବେହେରା ଆଦୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭାବଗ୍ରାହୀ ପାଠାଗାରର ଅଧ୍ୟକ୍ଷ ବରିଷ୍ଠ ଆଡଭୋକେଟ୍ ତଥା ସଙ୍ଗଠକ ଗିରିଧାରୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.