Home ଜିଲ୍ଲା ପରିକ୍ରମା ଭାଜପା ରାଜ୍ୟ ସଭାପତି ଓ ସାଂସଦଙ୍କୁ କଳା ପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା, ଦୌଲତପୁର...

ଭାଜପା ରାଜ୍ୟ ସଭାପତି ଓ ସାଂସଦଙ୍କୁ କଳା ପତାକା ପ୍ରଦର୍ଶନ ଓ ଅଣ୍ଡାମାଡ ଘଟଣା, ଦୌଲତପୁର ସରପଂଚ ଓ ସମିତିସଭ୍ୟାଙ୍କ ପ୍ରତିନିଧିଙ୍କ ସମେତ ୫ଗିରଫ

16

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ପିରହାଟ ଥାନା ଅଧୀନ ପିରହାଟ ବଜାରରେ ବିଜେଡିର ନେତା ଓ କର୍ମୀମାନେ ବୁଧବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅଭିମନ୍ୟୁ ସେଠୀଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଣ୍ଡା ମାଡ କରିଥିଲେ । ଏହି ଘଟଣାରେ ପୋଲିସ କନେଷ୍ଟବଳ ବିମ୍ବାଧର ମୁର୍ମୁଙ୍କ ଅଭିଯୋଗ କ୍ରମେ ଏକ ମକଦ୍ଦମା ନଂ ୨୦୫/୨୪ରୁଜୁ କରି ଦୌଲତପୁର ପଂଚାୟତ ସରପଂଚ ପ୍ରଭାତ କୁମାର ମିଶ୍ର, ସମିତିସଭ୍ୟାଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତିଙ୍କ ସମେତ ବିଜେଡି କର୍ମୀ ନମେଇସାହି ଗ୍ରାମର ନିରାକାର ଭଳ, ମାଲପୁର ଗ୍ରାମର ଜିତେନ୍ଦ୍ର ଦାସ ଓ ଚନ୍ଦ୍ରକାଟବିନ୍ଧା ଗ୍ରାମର ପ୍ରଶାନ୍ତ ଜେନାଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ଚାନ୍ଦବାଲି ବ୍ଲକ ଅଧୀନ ମତୋ ଯୁକ୍ତ ୩ ସ୍ନାତକ କଲେଜର ପ୍ରତିଷ୍ଠା ଉତ୍ସବରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କୁ ଅତିଥି କରାଯାଇ ନଥିବାରୁ ବିଜେଡି କର୍ମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବୁଧବାର ପୂର୍ବାହ୍ନରେ ରାଜ୍ୟ ସଭାପତି ସାମଲ ଓ ସାଂସଦ ଶ୍ରୀ ସେଠୀ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ବିଜେଡି କର୍ମୀମାନେ ଏହି ଘଟଣା ଘଟାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.