ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନ ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ରବିବାର ସନ୍ଧ୍ୟା ୬ଟା ସମୟରେ ଅପରେସନ ସିନ୍ଦୂର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ତିହିଡି଼ କଲେଜ ଛକରୁ ବାହାରି ତହସିଲ ଛକ ଯାଏ ପରିକ୍ରମା କରିଥିଲା । ବରିଷ୍ଠ ନେତା ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଂଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ମଣ୍ଡଳ ସଭାପତି କେଶବ ବେହେରା, ପୂର୍ବତନ ସରପଂଚ ଉଷାକାନ୍ତ ନାୟକ, ଗୌରୀଶଙ୍କର ବେହେରା, ପ୍ରତାପ ଜେନା, ଦେବବ୍ରତ ପାଢ଼ୀ, ମନୋଜ ପାଣିଗ୍ରାହୀ, ଅମୂଲ୍ୟ ସେନାପତି, କାହ୍ନୁ ଶତପଥୀ, ତପୁନ ପାଣି, ଗଣେଶ କର, ହରିଶ୍ଚନ୍ଦ୍ର ନାୟକ, ଜୟପ୍ରକାଶ ବେହେରା, ଜିତେନ୍ଦ୍ର ବେହେରା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥଲେ ।







