Home ଜିଲ୍ଲା ପରିକ୍ରମା ଭାଙ୍ଗୁନି ବିପଦ ସଂକୁଳ ଶ୍ରେଣୀ ଗୃହ

ଭାଙ୍ଗୁନି ବିପଦ ସଂକୁଳ ଶ୍ରେଣୀ ଗୃହ

21

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସ୍କୁଲ ମାନଙ୍କ ରେ ଅନେକ ଅବ୍ୟବହୃତ ବିପଦ ସଂକୁଳ ଘୋଷଣା ହୋଇ ସାରିଥିବା ଶ୍ରେଣୀଗୃହ ଗୁଡିକ କୁ ଭାଙ୍ଗି ମାଟିରେ ମିଶାଇବା ଆବଶ୍ୟକତା କୁ କାହାରି ନଜର ନଥିଲା ବେଳେ ଏହା ସ୍କୁଲ ପିଲା ମାନଙ୍କ ପାଇଁ ଦିନକୁ ଦିନ ବିପଦ ସଂକୁଳ ହୋଇ ପଡୁଅଛି। ସ୍କୁଲ ପରିସରରେ ଖେଳ କୁଦ ତ ପଛ କଥା, ଏ ପରିକି ବିଚରଣ ପାଇଁ ସ୍ଥାନଭାବ ଥିଲା ବେଳେ ଏହି ଘର ଗୁଡିକ ସମସ୍ୟା ସୃଷ୍ଟି କରୁଛି। ଏକ ଦଶନ୍ଧି ପୂର୍ବେ ଭିନ୍ନ ଏକ ଜିଲ୍ଲା ରେଏଭଳି ଗୃହ ପାଇଁ ଏକ ବଡ଼ ଧରଣ ର ଅଘଟଣ ଘଟି୍ୱା ରୁ ସେତେବେଳ ସରକାର ଙ୍କ ପକ୍ଷ ରୁ ଏକ ନିର୍ଦେଶ ନାମା ପ୍ରକାଶ କରାଯାଇଥିଲାଯେ ସ୍କୁଲ ପରିଚାଳନା କମିଟି ଚାହିଁଲେ ଏଭଳି ଗୃହ କୁ ତୁରନ୍ତ ଭାଙ୍ଗି ଦେଇ ପାରିବ। କିନ୍ତୁ କୌଣସି ଅର୍ଥ ୍େୱବସ୍ତା ନକରି ବ୍ୟର୍ଜ ବସ୍ତୁ ବିକି ଏହାର ଭାଙ୍ଗିବା ଖର୍ଚ୍ଚ ଭରଣା କରିବାକୁ ନିର୍ଦେଶ ଥିଲା। କିନ୍ତୁ କଂକ୍ରିଟ ଛାତ ଘର ଭାଙ୍ଗିବା ଖର୍ଚ୍ଚ ଅଧିକ ହେଉ ଥିବାରୁ କୌଣସି କମିଟି ମନୋନିବେଶ କରୁ ନାହାନ୍ତି।ଆହୁରି ମଧ୍ୟ ବନ୍ଦ ହୋଇ ପଡ଼ିଥିବା ସ୍କୁଲ ର ଭଙ୍ଗା ଶ୍ରେଣୀଗୃହ ଆଖ ପାଖ ରେ ଗାଁ ର ପିଲା ମାନେ ଖେଳୁଥିବା ବେଳେ ଅଘଟଣ ର ଆଶଙ୍କା ମଧ୍ୟ କରାଯାଉଅଛି। କେତେ ଜାଗାରେ ଫତେପୁର ପୁରୁଣା ଶ୍ରେଣୀଗୃହ ପରି ରାସ୍ତା ସାମ୍ପ୍ରସରଣ କାର୍ଯ୍ୟ ରେ ଏହା ବାଧକ ସାଜି ଲାଣି। ମଠ ସାହି ସ୍କୁଲ ପରି ବେ ଆଇନ କାର୍ଯ୍ୟ କଳାପ ରେ ଅସାମାଜିକ ମାନେ ବେବହାର କରୁଥିବା ନଜର କୁ ଆସିଲାଣି। ଅତ୍ୟନ୍ତ ପକ୍ଷେ ସ୍କୁଲ ଚାଲୁଥିବ ତଥା ସ୍ଥାନଭାବ ଥିବାସ୍କୁଲ ପରିସରରେ ଥିବା ଏଭଳି ଶ୍ରେଣୀଗୃହ ଭାଙ୍ଗିବାପାଇଁ ଜିଲ୍ଲା ପାଳ ସ୍ୱତନ୍ତ୍ର ଅର୍ଥ ବିନିଯୋଗ କରି ଜିଲ୍ଲା ସ୍ତରୀୟ ବ୍ରେକିଙ୍ଗ ଦଳ ପଠାଇ କାର୍ଯ୍ୟ କରିବାକୁ ଭଣ୍ଡାରିପୋଖରୀ ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.