Home ଜିଲ୍ଲା ପରିକ୍ରମା ଭାଗବତ ଟୁଙ୍ଗି ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ

ଭାଗବତ ଟୁଙ୍ଗି ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ

7
filter: 0; fileterIntensity: 0.0; filterMask: 0; captureOrientation: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 32768;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 37;

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ମୁସ୍ତାଫାପୁର ପଂଚାୟତର ପଂଚାୟତରେ ରଘୁନାଥପୁର ଠାରେ ଭାଗବତ ଟୁଙ୍ଗି ନିର୍ମାଣ କୁ ନେଇ ବିଡ଼ିଓ ଙ୍କ ଠାରେ ଅଭିଯୋଗ। ଅଭିଯୋଗରୁ ପ୍ରକାଶ ଯେ ମୁସ୍ତାଫାପୁର ପଂଚାୟତର ରଘୁନାଥପୁର ରାଜସ୍ୱ ଗ୍ରାମରେ ଏକ ଭାଗବତ ଟୁଙ୍ଗି ଘର ନିର୍ମାଣ ହେବାକୁ ରାଜ୍ୟ ସରକାର ଙ୍କ ଠାରୁ ଅନୁମୋଦନ ହୋଇଥିଲା। ଉକ୍ତ ରାଜସ୍ୱ ଗ୍ରାମ ଅଧୀନ ଯେନା ସାହିରେ ଥିବା ଭାଗବତ ଟୁଙ୍ଗିର ପୁନରୁଦ୍ଧାର ନେଇ ମୂଲ୍ୟ ୪ ଲକ୍ଷ୍ୟ ୪୫ ହଜାର ୫ଶହ ଟଙ୍କା ବିନିମୟରେ ଘର ନିର୍ମାଣ ହେବାକୁ ସରକାରୀ ସ୍ତରରେ ଧାର୍ଯ୍ୟ କରାଯାଇଥିଲା। ହେଲେ ଉକ୍ତ ଭାଗବତ ଟୁଙ୍ଗି ଘରକୁ ନିର୍ଦ୍ଧାରିତ ଜାଗାରେ ନକରି ଅନ୍ୟ ସ୍ଥାନରେ ନିର୍ମାଣ ହେଉଥିବା ଗ୍ରାମର ପରମେଶ୍ୱର ଜେନା ଓ କିଛି ଗ୍ରାମବାସୀ ଧାମନଗର ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସରକାରୀ ନିୟମକୁ ଉଲଂଘନ କରି ବିନା ଫିଜିବିଲିଟି, ବିନା ସୂଚନା ଫଳକ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଓ ଏକ ପୁରୁଣା ଅଧା ଗଡା କ୍ଲବ କୁ ଭାଙ୍ଗି ବେଆଇନି ଭାବେ ନିର୍ମାଣ କରା ଯାଉଥିବା ଅଭିଯୋଗ ହୋଇଛି। ଏ ସଂପର୍କ ରେ ବିଭାଗୀୟ କନିଷ୍ଟଯନ୍ତ୍ରୀ ନିରାକାର ମହାପାତ୍ର ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଥିଲେ ।ଉକ୍ତ କାର୍ଯ୍ୟ ନିର୍ମାଣ ରେ କୌଣସି ଅନିୟମିତତା ହୋଇନାହିଁ।ଉକ୍ତ ପଞ୍ଚାୟତ ରେ ରଘୁନାଥପୁର ମୌଜାର ଖାତା ନମ୍ୱର୍‌୧୭୩,ପ୍ଲଟ ନମ୍ବର ୪୦୬, କିସମ ଆବାଦ ଯୋଗ୍ୟ ଅନାବାଦୀ ଜାଗାରେ ଉକ୍ତ କାର୍ଯ୍ୟ ହେଉଚି। ଏଣୁ ସରକାରୀ ନୀତି ନିୟମ ରେ ଉକ୍ତ କାର୍ଯ୍ୟ କରା ଯାଇଚି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.