Home ଜିଲ୍ଲା ପରିକ୍ରମା ଭାଗଚାଷୀ ହତ୍ୟା କାରୀଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତା ରୋକ କଲେ ଅଂଚଳବାସୀ

ଭାଗଚାଷୀ ହତ୍ୟା କାରୀଙ୍କୁ ଗିରଫ ଦାବିରେ ଶବ ରଖି ରାସ୍ତା ରୋକ କଲେ ଅଂଚଳବାସୀ

3
??????????????

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅନ୍ତର୍ଗତ ଜୟଦୁର୍ଗା ପାଟଣା ଗ୍ରାମରେ ଏକ ଜମି କୁ ଜବରଦଖଲ କରିବାକୁ ଯାଇ କିଛି ଗୁଣ୍ଡା ଶ୍ରେଣୀର ଯୁବକ ମାନେ ସମ୍ପୃକ୍ତ ଭାଗଚାଷି ଙ୍କୁ ବାଡେଇ ବାଡେଇ ମାରିଦେବା ଘଟଣା ରେ ସମ୍ପୃକ୍ତ ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ କରିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି। ସମ୍ପୃକ୍ତ ଭାଗଚାଷୀ ଅମର ମାଈତି ଙ୍କ ଶବ ଆସି ନିଜ ଗ୍ରାମରେ ପହଂଚିବା ପରେ ଜୟଦୂର୍ଗାପାଟଣା ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଅମର ଙ୍କ ଶବକୁ ପଂଚାୟତ ରାସ୍ତା ଉପରେ ରଖି ପ୍ରତିବାଦ ଜଣାଇଛନ୍ତି ଏଥିସହ ତୁରନ୍ତ ଏହି ଘଟଣା ରେ ସମ୍ପୃକ୍ତ ଥିବା ଦୋଷୀ ମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ସେମାନେ ଏମିତି ଶବ ରଖି ଧାରଣା ଅବ୍ୟାହତ ରଖିବେ ବୋଲି ଚେତାବନୀ ଦେଇଛନ୍ତି। ଦୀର୍ଘ ୪ଘଂଟା ବିତିଯାଇଥିଲେ ମଧ୍ୟ ପ୍ରଶାସନତରଫରୁ କେହି ଆସି ଧାରଣା ସ୍ଥଳ ରେ ପହଂଚି ନାହାନ୍ତି ଫଳରେ ସାଧାରଣ ଲୋକଙ୍କ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଦୋଷୀ ମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଶବକୁ ରାଜ ରାସ୍ତା ରେ ରଖି ଧାରଣା ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.