Home Coronavirus Outbreak ଭଲ ଖବର – ୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଭୁବନେଶ୍ୱର ଏବଂ ଜଗତସିଂହପୁର...

ଭଲ ଖବର – ୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ – ଭୁବନେଶ୍ୱର ଏବଂ ଜଗତସିଂହପୁର କରୋନା ମୁକ୍ତ

293

ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ରାଜ୍ୟରୁ ପୁଣି ଆସିଛି ଭଲ ଖବର। ଆଜି ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ଥାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗଞ୍ଜାମର ସର୍ବାଧିକ ୪୦ କରୋନା ରୋଗୀ ସୁସ୍ଥ ହୋଇଥିବାବେଳେ, ଜଗତସିଂହପୁର ୫, ମୟୂରଭଞ୍ଜର ୪, ଭୁବନେଶ୍ୱରର ୩ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିରର ୨ ଜଣ ଓ ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୭୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରୁ ୩ଜଣ ଆକ୍ରାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି। ତେବେ ଭୁବନେଶ୍ୱର ଏବେ କରୋନା ମୁକ୍ତ ସହର ହୋଇଛି। ଅପର ପକ୍ଷରେ ଜଗତସିଂହପୁରର ୫ ଆକ୍ରାନ୍ତ ସୁସ୍ଥ ହେବା ପରେ ଜଗତସିଂହପୁର ମଧ୍ୟ କରୋନା ମୁକ୍ତ ଜିଲ୍ଲା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.