Home ଜିଲ୍ଲା ପରିକ୍ରମା ଭଲମଣିଷଙ୍କୁ ସମାଜ ଯୁଗେ ଯୁଗେ ମନେ ରଖିଥାଏ – ବିଧାୟକ ସଂଜୀବ ମଲ୍ଲିକ, ସମାଜସେବୀ ଗୟାଧର...

ଭଲମଣିଷଙ୍କୁ ସମାଜ ଯୁଗେ ଯୁଗେ ମନେ ରଖିଥାଏ – ବିଧାୟକ ସଂଜୀବ ମଲ୍ଲିକ, ସମାଜସେବୀ ଗୟାଧର ଦକ୍ଷିଣରାୟଙ୍କ ସ୍ମୃତିଚାରଣ ସଭା

31

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏ ଦୁନିଆକୁ ଏମିତି କିଛି ଭଲଲୋକ ଅବତରଣ କରିଥାନ୍ତି, ଯେଉଁମାନଙ୍କ ଆଲୋକରେ ସମାଜର ବହୁ ସଂସ୍କାର ହୋଇଥାଏ । ସମାଜସେବୀ ଗୟାଧର ଦକ୍ଷିଣରାୟ ସେମିତି ୯୮ ବର୍ଷିୟ ମଣିଷଟିଏ ଥିଲେ ଯାହାଙ୍କ ଆଦର୍ଶରେ ତାଙ୍କ ସୁପୁତ୍ର ଦିବଂଗତ ସୁରେନ୍ଦ୍ର ରାୟ (ପୂର୍ବତନ ସରପଞ୍ଚ) କଲେଇ ପଞ୍ଚାୟତର ବହୁ ବିକାଶ ମୂଳକ କାର୍ଯ୍ୟ କରି ନିଜ ପିତାଙ୍କ ନାମକୁ ଉଜ୍ଜ୍ୱଳ କରିଯାଇଛନ୍ତି ବୋଲି ଆଜି ତାଙ୍କ ଏକାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଆଜି ସମାଜସେବୀ ଗୟାଧର ଦକ୍ଷିଣରାୟଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତିଚାରଣ ସଭା ତାଙ୍କ ଜନ୍ମମାଟି ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ପଞ୍ଚାୟତର ବଳଭଦ୍ରପୁର ଗ୍ରାମର ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତଃ ରାୟଙ୍କ ପୁତୁରା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ସଭାପତିତ୍ୱ ଓ ବିଶିଷ୍ଟ ଶିକ୍ଷାବିତ୍ ବାବୁଲା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟଅତିଥି, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ମଳୟ ଜେନା, ଭଦ୍ରକ ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ପ୍ରଫେସର ଡ. ଅରୁଣ କୁମାର ଲେଙ୍କା, ସ୍ଥାନୀୟ ସରପଞ୍ଚ ନିରଂଜନ ମଳିକ, ସ୍ଥାନୀୟ ଜିଲା ପରିଷଦ ସଭ୍ୟଙ୍କ ପ୍ରତିନିଧି ସ୍ପନ୍ଦନ ମଲ୍ଲିକ, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମସେନ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ରାୟଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଅଭିନ୍ନ ସାହୁ, ଯୁବ ପ୍ରବଚକ ନିତ୍ୟାନନ୍ଦ ରାଉତ, ପୂର୍ବତନ ସମିତି ସଭ୍ୟ ନିତ୍ୟାନନ୍ଦ ବେହେରା, ସମାଜସେବୀ ଗୌରଗୌପାଳ ଜେନା, ମହିଳା ପାଲା ଗାୟିକା ସସ୍ମିତା ରାଉତ, ଜଗବନ୍ଧୁ ଦାସ, ପ୍ରଦୀପ୍ତ କୁମାର ଦାସ, ମାନସ ରାଉତ ପ୍ରମୁଖ ସ୍ୱର୍ଗତଃ ରାୟଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କର ପୁତ୍ର ଦେବେନ୍ଦ୍ର ରାୟ, ହେମେନ୍ଦ୍ର ରାୟ, ବିରେନ୍ଦ୍ର ରାୟ, ରବିନ୍ଦ୍ର ରାୟଙ୍କ ପରିଚାଳନାରେ ୯୮ ଟି ପ୍ରଦୀପକୁ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ପ୍ରଜ୍ୱଳନ କରିଥିଲେ । ଶେଷରେ ସ୍ୱର୍ଗତଃ ରାୟଙ୍କ ଜ୍ୟେଷ୍ଠ ନାତି ତଥା ଭଦ୍ରକ ଜିଲା ବିଜୁ ଜନତା ଦଳର ଯୁବ ସଂପାଦକ ତାପସ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.