Home ଓଡ଼ିଶା ଭମିକମ୍ପରେ ଥରିଲା ଜମ୍ମୁ କଶ୍ମୀର – ତିବ୍ରତା ୫.୧

ଭମିକମ୍ପରେ ଥରିଲା ଜମ୍ମୁ କଶ୍ମୀର – ତିବ୍ରତା ୫.୧

98

ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଜମ୍ମୁ କଶ୍ମୀରରେ ଭମିକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନ ୧ ଟା ୦୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାଫଳରେ ଲୋକମାନେ ଘରୁ ବାହାରି ଆସିଥିଲେ। ରିଚ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୫.୧ ମ୍ୟାଗ୍ନିଚ୍ୟୁଡ୍ ବୋଲି ଜଣାଯାଇଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ଥାନ-ତାଜାକିସ୍ଥାନରେ ଥିଲା। ଏ ପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ଯେତେବେଳେ ଭୂକମ୍ପ ଅନୁଭୂତ ହେଲା, ଲୋକମାନେ ନିଜ ଘରେ ଶୋଇଥିଲେ, କିନ୍ତୁ ପୃଥିବୀ ଥରିବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.