Home କଳାହାଣ୍ଡି ଭବାନୀପାଟଣା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିରରେ ଚୋରୀ ,ଦିନସାରା ଦର୍ଶନ ବନ୍ଦ

ଭବାନୀପାଟଣା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିରରେ ଚୋରୀ ,ଦିନସାରା ଦର୍ଶନ ବନ୍ଦ

273

କଳାହାଣ୍ଡି – ୧୬/୦୭/୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀ ମନ୍ଦିରରୁ ଚୋରୀ ହୋଇଯାଇଥିବା ଅଭିଯୋଗ ହେଉଛି । ମନ୍ଦିର ପାଚେରୀ ଡେଇଁ ଘଂଟି ଓ ବାସନ କୁସନ ଚୋରୀ ହୋଇଥିବା ବେଳେ ମନ୍ଦିର ଗର୍ଭଗୃହ ଭିତରକୁ ଚୋର ପଶି ପାରିନଥିବା ଜଣାପଡିଛି । ମଙ୍ଗଳବାର ଦିନ ଟାଉନଥାନାରେ ଚୋରୀ ଗଟଣା ସଂପର୍କରେ ଲିଖିତ ଅଭିଯୋଗ ହେବା ପରେ ଏସପି ତଥା ଟାଉନଥାନା ଅଧିକାରୀ ଗଠଣାସ୍ଥଳରେ ପହଂଚି ଡଗ ସ୍କ୍ୱାର୍ଡ ତଥା ସାଇଂଟିଫିକ ଟିମ ସହିତ ଅନୁସନ୍ଧାନ କରିଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ କରିପାରିନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ସହରରେ ସେହି ଏକା ଦିନରେ ଅନେକ ଚୋରୀ ଘଟନା ସଂଘଟିତ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ସିସିଟିଭିଫୁଟେଜ ଥିବାର ଆଲୋଚନା ହେଉଛି । ନିକଟ ଅତୀତରେ ରଥଯାତ୍ରା ସମୟରେ ଦିନ ଦ୍ୱିପ୍ରହରରେ ରାଜରାସ୍ତା ଉପରେ ସୁନା ଗହଣା ଠକେଇ ହୋଇଥିବା ବେଳେ ଅଭିଯୁକ୍ତ ଧରାପଡିନଥିବା ଜଣାପଡିଛି । ଏଭଲି ଭାବେ ସହର ସାରା ଅନେକ ଚୋରୀ ଘଟଣା ହେଉଥିବା ବେଳେ ଚୋର ଧରାପଡୁନଥିବା ହେତୁ ସହରବାସୀ ଅତଙ୍କିତ ହୋଇପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.