Home ଜିଲ୍ଲା ପରିକ୍ରମା ‘ଭଦ୍ରାୟଣୀ’ ପାଇଁ ଏକକ ସଙ୍ଗୀତ ପରିବେଷଣ ଚୟନ ପ୍ରକ୍ରିୟା

‘ଭଦ୍ରାୟଣୀ’ ପାଇଁ ଏକକ ସଙ୍ଗୀତ ପରିବେଷଣ ଚୟନ ପ୍ରକ୍ରିୟା

1

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲା ସଂସ୍କୃତି ଭବନ ରେ ଜିଲ୍ଲା ମହୋତ୍ସବ “ଭଦ୍ରାୟନି” ପାଇଁ ଏକକ ସଙ୍ଗୀତ ପରିବେଷଣ ପାଇଁ ଚୟନ ପ୍ରକିୟା ହୋଇଯାଇଅଛି । ଜିଲ୍ଲା ଭିତରୁ ୫୦ ରୁ ଉର୍ଦ୍ଧ ପିଲା ମାନେ ଏଥିରେ ଭାଗ ନେଇ ଥିଲେ। ସେମାନଙ୍କ ର ଲୁକ୍କାୟିତ ପ୍ରତିଭା କୁ ଉଜ୍ଜୀବିତ କରିବା ପାଇଁ ଜିଲ୍ଲାପାଳ ଦିଲିପ୍ ରାଉତରାଏ ଙ୍କ ନିର୍ଦ୍ଧେଶ ରେ ଏପରି ଚୟନ ପ୍ରକିୟା ଅନୁଷ୍ଠିତ ହୋଇଥଲା। ଏହି ପ୍ରକ୍ରିୟା ଟିକୁ ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ ଙ୍କ ର ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମ୍ପାଦନ କରାଯାଇଛି । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସୀର୍କା,ସଙ୍ଗୀତଜ୍ଞ ରାମ ନାରାୟଣ ମହାନ୍ତି, ଶେଖ୍ ନିଜାମ୍‌, ଶ୍ୟାମ ସୁନ୍ଦର ଜେନା, ଆଇଯ।କ୍ ମହାନ୍ତି,ରାକେଶ ନାୟକ, ନରେନ୍ଦ୍ର ଦାସ, ତ୍ରିଲୋଚନ ପଣ୍ଡା,ସିଦ୍ଧାର୍ଥ ନାୟକ, ବିମଲ୍ ରାଉତରାୟ ଓ ଅନ୍ୟାନ୍ୟ ସହୋଯୋଗ କରିଥିଲେ । ଚୟନ ହୋଇଥିବା ପିଲା ମାନେ ଜିଲ୍ଲା ମହୋତ୍ସବ ରେ ଅଂଶ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.