Home ଜିଲ୍ଲା ପରିକ୍ରମା ଭଦ୍ରାୟଣିର ୪ର୍ଥ ସନ୍ଧ୍ୟା, ନଚାଇଲେ ମଚାଇଲେ ନକାସ ଅଜିଜ

ଭଦ୍ରାୟଣିର ୪ର୍ଥ ସନ୍ଧ୍ୟା, ନଚାଇଲେ ମଚାଇଲେ ନକାସ ଅଜିଜ

37

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫେବ୍ରୁଆରୀ ୧୩ ତାରିଖ ରୁ ଆରମ୍ଭ ହୋଇ ଥିବା ଭଦ୍ରକ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଭଦ୍ରାୟଣି ର ୪ର୍ଥ ସନ୍ଧ୍ୟା ର ସାଂସ୍କୃତିକ ମହାକୁଂଭ ର ମହା ଆକର୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ର ସାନ୍ଧ୍ୟ ସଭା ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ଶିତାଂଶୁ ଶେଖର ମହାପାତ୍ର,ପଦ୍ମ ବିଭୂଷଣ ବିଶିଷ୍ଟ ସ୍ଥପତି,ମୂର୍ତି କାର ସୁଦର୍ଶନ ସାହୁ,ପଦ୍ମଶ୍ରୀ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ କୁଙ୍କୁମ ମହାନ୍ତି ଯୋଗ ଦେଇ ଭଦ୍ରା ୟଣି ର ଉଛସିତ ପ୍ରଶଂସା କରିଥିଲେ । ଅନେକ କ୍ରାନ୍ତିକାରୀ ମହାପୁରୁଷ ମାନଙ୍କ ଏନ୍ତୁଡ଼ିଶାଳ ଭଦ୍ରକ ,ଓଡ଼ିଶା ର ଏକ ସ୍ୱତ ନ୍ତ୍ର ସ୍ଥାନ ବୋଲି ଶ୍ରୀଯୁକ୍ତ ପ୍ରକାଶ କରିଥିଲେ ।କଳା, ସାହିତ୍ୟ , ସଂସ୍କୃତି, ପରମ୍ପରା କୁ ନେଇ ଭଦ୍ରା ୟଣି ଜରିଆରେ ଜାଣିବା, ଜଣେଇବା ପାଇଁ ଏକ ସର୍ବୋତମ ସୁଯୋଗ ବୋଲି ସେ ମଧ୍ୟ କହିଥିଲେ । ଭଦ୍ରାୟଣି ରେ ଲୋକ ଗହଳି ଦେଖି କଟକ ବାଲିଯାତ୍ରା ଏବଂ ବଡ଼ଦାଣ୍ଡରେ ରଥ ଯାତ୍ରା ଭିଡ଼ ଭଳି ଅନୁଭବ ହେଉଥିବା ଶ୍ରୀଯୁକ୍ତ ସାହୁ ଏବଂ ଶ୍ରୀମତୀ ମହାନ୍ତି ମତ ରଖିଥିଲେ । ସାଂସ୍କୃତିକ ଏକତା ସହିତ ଆମ ସମସ୍ତଙ୍କର ଏକତା ରହିଲେ ଭଦ୍ରକ ର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ ବୋଲି ମାନ୍ୟବର ସାଂସଦ ଏବଂ ଭଦ୍ରକ ବିଧାୟକ ବକ୍ତବ୍ୟ ରଖିଥିଲେ । ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।ଚଳଚ୍ଚିତ୍ର ତାରକା ପୁପିନ୍ଦର ଏବଂ ଗୁନ ଗୁନ୍ ଉଦ୍ଘୋଷଣା କରିବା ସହିତ ମଂଚ ପରିଚାଳନା କରିଥିଲେ । ସୁଦୂର ବରଗଡ଼ ଜିଲ୍ଲାର ସମ୍ବଲପୁରୀ ସାଂସ୍କୃତିକ କଳାକାର ମାନଙ୍କ ଦ୍ୱାରା ଖୁବ୍ ଉଚ୍ଚ କୋଟୀର କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଓଲିଉଡ ଡାନ୍ସର ଶାଇଲେନ୍ଦ୍ର ଙ୍କ ନୃତ୍ୟ ର କମାଲ ସାଙ୍ଗକୁ ବଲିଉଡ ସିଙ୍ଗର ନକାସ ଅଜିଜ୍ ଙ୍କ ସଙ୍ଗୀତ ର ଯାଦୁ ବିଶାଳ ଜନ ସମୂଦ୍ର କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.