ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣିର ୨ୟ ସନ୍ଧ୍ୟା ରେ ପଲ୍ଲୀଶ୍ରୀ ମେଳା ର ବିଭିନ୍ନ ଷ୍ଟଲ ରେ ଖଚାଖଚ ଭିଡ଼ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭରପୁର ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳିଛି । ଦ୍ୱିତୀୟ ଦିନର ସାନ୍ଧ୍ୟ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରାୟଣି ଭଦ୍ରକ ଜିଲ୍ଲାର ପରିଚୟ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାସୁଦେବପୁର ପଂଚାୟତ ସମିତିର ଅଧ୍ୟକ୍ଷ ନଗେନ୍ଦ୍ର କୁମାର ବିଶ୍ୱାଳ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜିଲ୍ଲା ଓ ଜିଲ୍ଲା ତଥା ରାଜ୍ୟ ବାହାର ର କଳା, ସଂସ୍କୃତି, ଚଳନି କୁ ନେଇ ଆୟୋଜିତ ଜିଲ୍ଲା ମହୋତ୍ସବ ଭଦ୍ରାୟଣି ର ସଫଳତା ଉପରେ ଆଲୋକପାତ କରିଥିଲେ । ପଲ୍ଲୀଶ୍ରୀ ମେଳା ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ମା ଭଉଣୀ ମାନଙ୍କ ବାଣିଜ୍ୟ ବ୍ୟବସାୟ ସେମାନଙ୍କୁ ଆର୍ôଥକ ସ୍ୱାବଲମ୍ବୀ କରାଇବା ଦିଗରେ କିପରି ସହାୟକ ହେଉଛି ସେ ଉପରେ ମଧ୍ୟ ମତାମତ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଧ୍ୟ ନିଜ ବିଭାଗ ର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟପଦାଧିକାରୀ, ତହସିଲଦାର ଭଦ୍ରକ, ଭଣ୍ଡାରି ପୋଖରୀ ପ୍ରମୁଖ ଯୋଗ ଦେଇଥିଲେ ।ସୂଚନା ଯୋଗ୍ୟ କି ଭଦ୍ରାୟଣିର ପଲ୍ଲୀଶ୍ରୀ ମେଳା ରେ ସମୁଦାୟ ୨୪୦ ଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଛି । ସେଥି ମଧ୍ୟରେ ୩୩ ଟି ରେ ଖାଦ୍ୟ ମେଳା,୪୦ ଟି ରେ କୃଷି ମେଳା,୩୫ ଟି ରେ ହସ୍ତତନ୍ତ ମେଳା,୮୮ ଟି ରେ ଏସ ଏଚ ଜି ଏବଂ ପି ଜି ମାନଙ୍କ ର ଉତ୍ପାଦ,୧୦ ଟି ଷ୍ଟଲ ରେ ରାଜ୍ୟ ବାହାରର ହସ୍ତଶିଳ୍ପ, ୩ ଟି ରେ ବ୍ୟାଙ୍କ,୨୧ ଟି ରେ ବିଭିନ୍ନ ସରକାରୀ ବିଭାଗ, ୬ ଟି ରେ ସେବା ପ୍ରଦାନକାରୀ, ୧ଟି ରେ ଥିମ ଷ୍ଟଲ ପ୍ରଦର୍ଶନ କରାଯାଇଛି। ଦ୍ୱିତୀୟ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟସୂଚୀ ଅନୁଯାୟୀ ଅସୀମା ପଣ୍ଡା ଙ୍କ ଦଳ ଦ୍ୱାରା ସଙ୍ଗୀତ, ପ୍ରଜ୍ଞା ଓ ଶଙ୍କର ଙ୍କ ଦ୍ୱାରା ହାସ୍ୟ, ଓଲିଉଡ ତାରକା ଶିବାନୀ ଙ୍କ କାର୍ଯ୍ୟକ୍ରମ ସିଜ୍ଲର୍ସ ଡାନ୍ସ ଗ୍ରୁପ ଓ ପାଇକ ଆଖଡ଼ା କାର୍ଯ୍ୟକ୍ରମ ପରିବେଷଣ ଦର୍ଶକ ମାନଙ୍କୁ ବିଭୋର କରିଥିଲା । ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ସ୍ୱାଗତ ଭାସନ ପ୍ରଦାନ କରିଥିଲେ । ପିଙ୍କି ଝା ମଂଚ ପରିଚାଳନା କରିଥିଲେ । ସାନ୍ଧ୍ୟ ସଭା ପୂର୍ବରୁ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଙ୍କ ତତ୍ୱାବଧାନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗ ର ଶିକ୍ଷୟିତ୍ରି କାଦମ୍ବରି କରଶର୍ମା ଙ୍କ ମଂଚ ପରିଚାଳନା ରେ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।
Home ଜିଲ୍ଲା ପରିକ୍ରମା ଭଦ୍ରାୟଣିର ଦ୍ୱିତୀୟ ସନ୍ଧ୍ୟା, ପଲ୍ଲୀଶ୍ରୀ ମେଳା ରେ ୨୪୦ ଷ୍ଟଲ୍, ସାଂସ୍କୃତିକ ମହାକୁମ୍ଭ ପାଇଁ ଖଚାଖଚ...