Home ଜିଲ୍ଲା ପରିକ୍ରମା ଭଦ୍ରାୟଣିର ତୃତୀୟ ସନ୍ଧ୍ୟା, ଝୁମାଇଲେ ଅନନ୍ୟା ଚକ୍ରବର୍ତୀ ଓ ସୂର୍ଯ୍ୟମୟୀ

ଭଦ୍ରାୟଣିର ତୃତୀୟ ସନ୍ଧ୍ୟା, ଝୁମାଇଲେ ଅନନ୍ୟା ଚକ୍ରବର୍ତୀ ଓ ସୂର୍ଯ୍ୟମୟୀ

9

ଭଦ୍ରକ, ୧୬ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣି ର ତୃତୀୟ ସନ୍ଧ୍ୟାରେ ମଧ୍ୟ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଏହି ଦିବସର ସାନ୍ଧ୍ୟ ସଭାରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରାୟଣି ଆୟୋଜନର ଆଭିମୁଖ୍ୟ ପ୍ରକାଶ କରିବା ଅବସରରେ ଏହା କିପରି ଜିଲ୍ଲା ର କଳା,ସଂସ୍କୃତି, ଲୁପ୍ତ ପ୍ରାୟ ଲୋକକଳା, ପରମ୍ପରାର ସୁରକ୍ଷା ଓ ବିକାଶ ଓ ଆଂଚଳିକ ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରି ସେମାନଙ୍କର ଦକ୍ଷ ତା ବିକାଶ ରେ ସହାୟକ ହୋଇପାରିଛି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବାଂଚଳ ଡି ଆଇ ଜି ସତ୍ୟଜିତ ନାୟକ,ଭଦ୍ରକ ଏସ ପି, ମାଡ କର ସନ୍ଦୀପ ସମ୍ପ ତ, ଅତିରିକ୍ତ ମାଜିଷ୍ଟ୍ରେଟ ଶାନ୍ତନୁ ମହାନ୍ତି, ମୂଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଅତିରିକ୍ତ ଏସ ପି ଅଂଶୁମାନ ଦ୍ୱିବେଦୀ , ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଯୋଗ ଦେଇ ଭଦ୍ରାୟଣି ର ସମସ୍ତ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ କିପରି ଉପଭୋଗ୍ୟ ହୋଇପାରିଛି ପ୍ରକାଶ କରିଥିଲେ । ଭଦ୍ରକ ର ଭାଷା, ସାହିତ୍ୟ, କଳା, ସଂସ୍କୃତି ଭଦ୍ରା ୟଣି ଜରିଆରେ ଆଗକୁ ବଢ଼ୁ ବୋଲି ଅତିଥି ମାନେ ଶୁଭ କାମନା କରିଥଲେ । ପରେ ପରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବିଭୋର କରିଥିଲା । ବଲିଉଡ ସଙ୍ଗୀତ ତାରକା ଅନନ୍ୟା ଚକ୍ରବର୍ତୀ ଙ୍କ ସୁମଧୁର ସଙ୍ଗୀତ ପରିବେଷଣ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସମ୍ବଲ୍ ପୂରୀ ନୃତ୍ୟ ,ଅମିତ୍ ଡାନ୍ସ ଗ୍ରୁପ ର ନୃତ୍ୟ କାର୍ଯ୍ୟକ୍ରମ ସାଙ୍ଗକୁ ଓଲିଉଡ ତାରକା ସୁରମୟୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଦର୍ଶକ ମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଉଦ୍ ଘୋଷିକକ୍ଷ ମୂନ୍ ମୁନ ସିଂ ମଂଚ ପରିଚାଳନା କରିଥିଲେ । ସାନ୍ଧ୍ୟ ସଭା ପୂର୍ବରୁ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଉଦ୍ଘୋଷକ୍ ସଙ୍ଗୀତ ନିର୍ଦ୍ଦେଶକ ଡାନ୍ ଶିଂ ସିଦ୍ଧାର୍ଥ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗ ର ଶିକ୍ଷୟିତ୍ରୀ କକ୍ଷଦମ୍ବରି କରଶର୍ମା ଙ୍କ ମଂଚ ପରିଚାଳନା ରେ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.