Home ଜିଲ୍ଲା ପରିକ୍ରମା ଭଦ୍ରକ : ୨୧ ହଜାର ୭୮୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଲେ, ୪୫୪ ଅନୁପସ୍ଥିତ,ପରୀକ୍ଷାର୍ଥୀଙ୍କୁ ଜିଲାପାଳ...

ଭଦ୍ରକ : ୨୧ ହଜାର ୭୮୦ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଲେ, ୪୫୪ ଅନୁପସ୍ଥିତ,ପରୀକ୍ଷାର୍ଥୀଙ୍କୁ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ହୃଦୟପୂର୍ଣ୍ଣ ଶୁଭେଚ୍ଛା

2

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଲରେ ସରିଛି ଆଜି ମାଟ୍ରିକ୍ ପରୀକ୍ଷା। ୨୧ ହଜାର ୭୮୦ ଛାତ୍ରଛାତ୍ରୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଛନ୍ତି। ପରୀକ୍ଷାର୍ଥୀମାନେ ନିଜ ନିଜ କେନ୍ଦ୍ରରେ ପହଂଚିବା ପରେ ବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୃଥକ୍ ପୃଥକ୍ ଭାବେ ବିଦ୍ୟାଳୟର ପ୍ରବେଶ ପଥରୁ ଯାଂଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଇଥିଲା। ପ୍ରକାଶଯୋଗ୍ୟ ଜିଲାରେ ମାଟ୍ରିକ୍ ପରୀକ୍ଷା ପାଇଁ ୨୨ ହଜାର ୨୩୪ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଥିଲେ। ତେବେ ଆଜି ଏହାମଧ୍ୟରୁ ୪୫୪ ଜଣ ଅନୁପସ୍ଥିତ ଅଛନ୍ତି। ସବୁ କେନ୍ଦ୍ରରେ ଆଜି କୌଣସି ଅପ୍ରିତିକର ପରିସ୍ଥିତି କି ବିଶୃଙ୍ଖଳା ଘଟିନାହିଁ। ପରୀକ୍ଷା ପରିଚାଳନା ତଦାରଖ ପାଇଁ ଜିଲାସ୍ତରୀୟ ୩ଟି ସ୍କ୍ୱାର୍ଡ ଓ ବୋର୍ଡ ତରଫରୁ ଗୋଟିଏ ସ୍କ୍ୱାର୍ଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିଥିଲେ। ଖୋଦ୍ ଜିଲାପାଳ ଦିଲ୍ଲୀପ ରାଉତରାଏ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗେଲପୁର ବାପୁଜୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବାବେଳେ ଅତିରିକ୍ତ ଜିଲାପାଳ ସରୋଜ ଦତ ସରକାରୀ ହାଇସ୍କୁଲ ଜଳଙ୍ଗା ତଦାରଖ କରିଥିଲେ। ୮୮ଟି ପରୀକ୍ଷା କେନ୍ଦ୍ରରୁ ବୋର୍ଡ ସହ କମାଣ୍ଡ କେଂଟ୍ରାଲ ସେଂଟର ଜରିଆରେ ଲାଇଭ୍ ୱେବ୍ କାଷ୍ଟିଂ କରାଯାଇଥିଲା। ୧୧୫ ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର, ଏକ୍ସ ରେଗୁଲାର, ମଧ୍ୟମା, ଏସଓସି, ସିସି କୋର୍ସ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୧ଟି ନୋଡାଲ ସେଂଟରରୁ ପ୍ରଶ୍ନପତ୍ର ଗୁଡିକ ପୁଲିସ୍ ସହାୟତାରେ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା। ବୋର୍ଡ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଜିଲାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲାପାଳ ଶ୍ରୀ ରାଉତରାଏ ହୃଦୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ନିଜର ମୂଲ୍ୟବାନ ବାର୍ତା ରଖି ପିଲାମାନଙ୍କୁ ଧୈର୍ଯ୍ୟ ନହରାଇ, ଦୃଢ ମନୋବଳ ସହ ପରୀକ୍ଷା ଦେବାପାଇଁ ପ୍ରୋତ୍ସାହିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.