Home ଖେଳ ଭଦ୍ରକ ୟୁନିକ୍ ଇଲେଭେନ ଓ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ମଧ୍ୟରେ ରବିବାର ହେବ ଫାଇନାଲ, ଯଶୋଟିକିରି ୨୫ତମ...

ଭଦ୍ରକ ୟୁନିକ୍ ଇଲେଭେନ ଓ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ମଧ୍ୟରେ ରବିବାର ହେବ ଫାଇନାଲ, ଯଶୋଟିକିରି ୨୫ତମ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ

45

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମ ଯଶୋଟିକିରି ୨୫ତମ ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଆଜି ଭଦ୍ରକ ୟୁନିକ୍ ଇଲେଭେନ ଓ ଯାଜପୁର ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଛି। ଯାଜପୁର ଇଲେଭେନ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ୨୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୫୦ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଟୁକୁନା ସାହୁ ୧୮ ବଲ ରେ ୩୬ ରନ ଓ ବସନ୍ତ ପ୍ରଧାନ ୨୩ ବଲ ରେ ୨୭ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ସୁଶିଲ କୁମାର ବାରିକ ୫ ଓଭର ବୋଲିଂ କରି ୨୮ ରନ ଦେଇ ୪ ଉଇକେଟ ଓ ରିଷଭ ରାଜ ୫ ଓଭର ବୋଲିଂ କରି ୨୨ ରନ ବିନିମୟରେ ୨ ଉଇକେଟ ହାସଲ କରଥିଲେ। ଜବାବରେ ଭଦ୍ରକ ୟୁନିକ୍ ଦଳ ୨୪ ଓଭରରେ ୭ ଉଇକେଟ ହରାଇ ୧୫୧ ରନ କରି ଫାଇନାଲରେ ପ୍ରବେଶ କରିଛି। ଦଳର ବ୍ୟାଟ୍ସମ୍ୟାନ ବିଶ୍ୱଭୂଷଣ ବିହାରୀ ୧୯ ବଲ ରେ ୨୮ ରନ ଓ ମାନସ ରଞ୍ଜନ ନାୟକ ୪୦ ବଲ ରେ ୨୯ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଟୁକୁନା ସାହୁ ୫ ଓଭର ବୋଲିଂ କରି ୨୭ ରନ ଦେଇ ୨ ଉଇକେଟ ଓ ରାକେଶ ବିଶ୍ୱାଳ ୫ ଓଭର ବୋଲିଂ କରି ୧୮ ରନ ବିନିମୟରେ ୧ ଉଇକେଟ ହାସଲ କରଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ଭଦ୍ରକ ୟୁନିକ ଦଳର ସୁଶିଲ କୁମାର ବାରିକଙ୍କୁ ଯୁବ କ୍ରିକେଟର ପ୍ରଜ୍ଞାନ କୁମାର ପଣ୍ଡା ପୁରସ୍କୃତ କରିଥିଲେ। ଅଶୋକ କୁମାର ରାଉତ ଓ ମନୋଜ ଜେନା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। କିଶାନ ମନୋହର ମହାନ୍ତି ମ୍ୟାଚ ସ୍କୋରର ଓ ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ। ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ରବିବାର ଭଦ୍ରକ ୟୁନିକ୍ ଇଲେଭେନ ଓ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.