Home ଜିଲ୍ଲା ପରିକ୍ରମା ଭଦ୍ରକ ହୋମଗାର୍ଡ ନିଯୁକ୍ତିରେ ମହା ଦୁର୍ନୀତି,ହରଡଘଣାରେ ପୋଲିସ ରିଜର୍ଭ ଇନିସ୍ପେକ୍ଟର, ଟଙ୍କା ମାଗିବା ଅଡିଓ ଭାଇରାଲ

ଭଦ୍ରକ ହୋମଗାର୍ଡ ନିଯୁକ୍ତିରେ ମହା ଦୁର୍ନୀତି,ହରଡଘଣାରେ ପୋଲିସ ରିଜର୍ଭ ଇନିସ୍ପେକ୍ଟର, ଟଙ୍କା ମାଗିବା ଅଡିଓ ଭାଇରାଲ

5

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ପ୍ରକାଶ ପାଇବାର କିଛି ଘଂଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ମାନେ ନିଯୁକ୍ତିରେ ଅନିୟମିତତା ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏସ୍‌ପି ଅଫିସ ଘେରାଉ କରିଥିଲେ।ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ର, ଛାତ୍ରୀ ମାନେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଏସପି ମନୋଜ ରାଉତଙ୍କ ନିକଟରେ ଦାବୀ କରିଥିଲେ। ଏହି ନିଯୁକ୍ତିରେ ଭଦ୍ରକ ପୋଲିସର ଛବି ଖରାପ ହୋଇଥିବା ବେଳେ ଏବେ ଏହି ଘଟଣାରେ କେଉଁ କେଉଁ ପୋଲିସ କର୍ମଚାରୀ ମାନେ ସମ୍ପୃକ୍ତ ଅଛନ୍ତି ଏହାର ଖୋଲତାଡ଼ ଏସପି ମନୋଜ ରାଉତ ଆରମ୍ଭ କରିଛନ୍ତି। ଏବେ ଭଦ୍ରକ ରିଜର୍ଭ ପୋଲିସର ଆରଆଇ ଦେବାଶିଷ ଭୂୟାଁଙ୍କ ଖାକିରେ ଲାଗିଛି ଦୁର୍ନୀତି ର ଗନ୍ଧ। ସୂଚନା ଅନୁଯାଇ ବାସୁଦେବପୁର ରେ ହୋମଗାର୍ଡ ପରୀକ୍ଷା ଚାଲୁଥୁବା ସମୟରେ ଆରଆଇ ଦେବାଶିଷ ଭୂୟାଁ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କୁ ପ୍ରଶ୍ନର ଉତର ପତ୍ର ଦେଉଥିବାର ଭିଡ଼ିଓ ଏବେ ଭାଇରଲ ହୋଇଛି। ସେପଟେ ଜଣେ ପ୍ରାର୍ଥୀ ଙ୍କ ସହ ଟଙ୍କା ନେବାର ବାର୍ତାଳାପ କରିବାର ଅଡିଓ ଲାଗିଛି ଗଣମାଧ୍ୟମ ହାତରେ। ଏହି ଘଟଣା ରେ ଆରଆଇ ଦେବାଶିଷ ଭୂୟାଁ ନିଜ ପ୍ରତିକ୍ରିୟା ରେ କହିଛନ୍ତି ମୋର ଏଥିରେ ସମ୍ପୃକ୍ତି ନାହିଁ । ସବୁ ମିଥ୍ୟା ଓ ଭିତିହୀନ । ତେବେ ଆରଆଇ ଙ୍କ ଭିଡ଼ିଓ ଓ ଅଡିଓ ଭାଇରାଲ ହେବା ପରେ ଏବେ ଅଡୁଆ ରେ ପଡିଛନ୍ତି ଶ୍ରୀ ଭୂୟାଁ। ତେବେ ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ଏହି ଘଟଣା ର ନିରପେକ୍ଷ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ହେବା ସହ ଏଥିରେ ଆଉ କେଉଁ ମାନେ ଜଡିତ ତାହାର ଗୁମର ଖୋଲିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.