Home ଜିଲ୍ଲା ପରିକ୍ରମା ଭଦ୍ରକ ହେଉଛି ଓଡ଼ିଶାର ଲୋକପ୍ରିୟ ନିର୍ଭୀକ ତଥା ଦୁଃସାହାସିକ କର୍ମବୀରଙ୍କ ମାଟି, ଦଶମ ଭଦ୍ରକ ସାଂସ୍କୃତିକ...

ଭଦ୍ରକ ହେଉଛି ଓଡ଼ିଶାର ଲୋକପ୍ରିୟ ନିର୍ଭୀକ ତଥା ଦୁଃସାହାସିକ କର୍ମବୀରଙ୍କ ମାଟି, ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବର ସପ୍ତମ ସନ୍ଧ୍ୟା

8

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ହେଉଛି ଓଡ଼ିଶାର ଲୋକପ୍ରିୟ ନିର୍ଭୀକ ତଥା ଦୁଃସାହାସିକ କର୍ମବୀରମାନଙ୍କ ମାଟି ଭାବେ ପରିଚିତ। ଓଡ଼ିଶା ରାଜନୀତି ଆକାଶରେ ଉଦୀୟମାନ ସୂର୍ଯ୍ୟ ଭାବେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ, ପ୍ରତିଭାତ ହୋଇ କେବଳ ଓଡ଼ିଶା ରାଜନୀତି ନୁହେଁ ଜାତୀୟ ରାଜନୀତିକୁ ବେଶ ପ୍ରଭାବିତ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ସେ ଯେଉଁ କୀର୍ତିର ସ୍ୱାକ୍ଷର ଆଙ୍କିଛନ୍ତି ତାହା ଓଡ଼ିଶା ରାଜନୀତି ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଅତିଥିମାନେ କହିଥିଲେ । ମହୋତ୍ସବ କମିଟିର ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା ଓ ମୁଖ୍ୟବକ୍ତା ଭାବେ ସମାଜସେବୀ ଅଶୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଉପଦେଷ୍ଟା ସଂଯୁକ୍ତା ଯାଦବ ଉପଦେଷ୍ଟା ଶାନ୍ତିଲତା ବାରିକ, ତେଜସ୍ୱିନୀ ଦାସ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି,ଉପଦେଷ୍ଟା ଡ଼. ଜାନକୀ ପାଢ଼ୀ, ଉପସଭାପତି ମନୋରମା ରାୟ, ଚୈତାଳୀ ଖିଲାର, ସ୍ୱାଗତିକା ନାୟକ, ରୋଜାଲିନ ରାଉତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ଉପଦେଷ୍ଟା ଅତିସ ବେହେରା,ପାର୍ଥ ସାରଥୀ ନାୟକ, ତପନ ସ୍ୱାଇଁ,ସ୍ମୃତି ରଞ୍ଜନ ସାହୁ, ଡ଼.ହରିହର ନାୟକ,ଉମା କଲ୍ୟାଣ ମହାପାତ୍ର, ପ୍ରଭାତ କୁମାର ଦାଶ,ଶିବାନନ୍ଦ ଦାସ, ଅବିନାଶ ପଣ୍ଡା, ରାଜେଶ ଦାସ,ଅଜୟ ପଣ୍ଡା, ଶୁଭଦ୍ୱୀପ ମଲ୍ଲିକ, ରମେଶ ଚନ୍ଦ୍ର ପାଗଳ, ରଶ୍ମି ରଞ୍ଜନ ସାହୁ,ବାପି ଦାସ, ଜଗନ୍ନାଥ ବେହେରା,ଜୟ ଜଗନ୍ନାଥ ମଲ୍ଲିକ,ସୀତାକାନ୍ତ ବିଶ୍ୱାଳ ,କମଳଲୋଚନ ପଣ୍ଡା , ଜି ଶିବ ଶଙ୍କର, ଅଶୋକ ନାୟକ, ଅତିସ ଦାସ,ସୂର୍ଯ୍ୟ କାନ୍ତ ଦାସ, ସୁବ୍ରତ ଦୀକ୍ଷିତ, ଶାନ୍ତନୁ ଦଳେଇ ପ୍ରମୁଖ୍ କର୍ତା କର୍ତା ମାନେ ଉପସ୍ଥିତ ଥିଲେ । ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ସନ୍ଧ୍ୟାରେ ଆରଡି.ଏସ୍‌. ଡ୍ୟାନ୍ସ ଗ୍ରୁପ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କଣ୍ଠ ଶିଳ୍ପୀ ପ୍ରଭୁ ପାଦ ମହାନ୍ତି ଙ୍କ ସଂଗୀତ ଓ ମେଲୋଡି ଦର୍ଶକ ଙ୍କ ମନକୁ ଛୁଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.