Home ଜିଲ୍ଲା ପରିକ୍ରମା ଭଦ୍ରକ ହାପିହୋମ୍ ସ୍କୁଲ ଛାତ୍ର ବିନୋଦଙ୍କ କୃତିତ୍ୱ, ଦୁଇ ସପ୍ତାହରେ ନିର୍ମାଣ କଲେ ବ୍ୟାଟେରୀ ଚାଳିତ...

ଭଦ୍ରକ ହାପିହୋମ୍ ସ୍କୁଲ ଛାତ୍ର ବିନୋଦଙ୍କ କୃତିତ୍ୱ, ଦୁଇ ସପ୍ତାହରେ ନିର୍ମାଣ କଲେ ବ୍ୟାଟେରୀ ଚାଳିତ ସ୍କୁଟର

20

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଚରମ୍ପା ସ୍ଥିତ ହାପିହୋମ୍ ସ୍କୁଲରେ ପଢୁଥିବା ଜଣେ ଛାତ୍ର ଏବେ ବ୍ୟାଟେରୀ ଚାଳିତ ସ୍କୁଟର ତିଆରି କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ତେବେ ସେ ମ୍ୟାଟ୍ରିକ୍ ପରୀକ୍ଷା ପରେ ପରେ ଘରେ ବସି ମାତ୍ର ୨ ସପ୍ତାହ ମଧ୍ୟରେ ଏଭଳି ସ୍କୁଟର ନିର୍ମାଣ କରିଥିବା କଥା କହିଛନ୍ତି। ଠିଆ ହୋଇ ଚଲେଇବାକୁ ପଡୁଥିବା ଏହି ସ୍କୁଟରଟି ମାତ୍ର ୧୫ ମିନିଟ୍ ଚାର୍ଜରେ ୪୦ କିମି ଅତିକ୍ରମ କରୁଛି। ଏହାର ଗତି ମଧ୍ୟ କ୍ଷୀପ୍ର ଅଟେ। ଚରମ୍ପା ପଥରଆଡି ନିବାସୀ କାର୍ତିକ ମହାରଣାଙ୍କ ପୁତ୍ର ବିନୋଦର ଏଭଳି କାରନାମା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଏହି ବ୍ୟାଟେରୀ ଚାଳିତ ଦୁଇଚକିଆ ଇଲେକ୍ଟ୍ରି ସ୍କୁଟରଟିକୁ ଠିଆ ହୋଇ ଚଳେଇବାକୁ ପଡୁଥିବାବେଳେ ଏହାର ସ୍ପିଡ ଅନ୍ୟ ପ୍ରତିଷ୍ଠିତ କଂପାନୀର ବିଦ୍ୟୁତ୍ ଚାଳିତ ସ୍କୁଟର ଠାରୁ କମ୍ ନୁହେଁ। ବିଶେଷକରି ଏଭଳି ସ୍କୁଟରର ଚାହିଦା ବିଦେଶରେ ରହିଥିବାବେଳେ ଭଦ୍ରକ ଭଳି ସହରରେ ଏହାକୁ ଦେଖିବା ପାଇଁ ଆଜି ବେଶ୍ ଭିଡ ଜମିଥିଲା। ଜିଲା ପ୍ରଶାସନ କିମ୍ବା ସରକାର ଏଭଳି ଛାତ୍ରଙ୍କ ଆବିଷ୍କାରକୁ ପ୍ରୋତ୍ସାହନ ଯୋଗାଇଲେ ସେ ନିଶ୍ଚିତ ଭାବେ ଆଗକୁ ଉନ୍ନତମାନର ଯାନ୍ତ୍ରିକ ଯାନ ନିର୍ମାଣ କରିପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.